କଦର୍ଯ୍ୟ ଅବସ୍ଥାରେ ଆନନ୍ତଶୟନ ଲେନ ରାସ୍ତା, ପର୍ଯ୍ୟଟକ ଅସନ୍ତୋଷ

ପୁରୀ,14/2 -ପୁରୀ ପୌରାଞ୍ଚଳ ୧୧ ନମ୍ବର ୱାର୍ଡ ର ଆନନ୍ତଶୟନ ଲେନ ର ରାସ୍ତା ଅବସ୍ଥା ଏବେ କଦର୍ଯ୍ୟ ସ୍ଥିତି ରେ ରହିଛି |ସାହି ବାସିନ୍ଦାମାନେ ପୌର କାର୍ଯ୍ୟାଳୟ ରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନଥିବା କହିଛନ୍ତି |ସେହି ରାସ୍ତା ଦେଇ ପ୍ରତିଦିନ ଶହଶହ ପର୍ଯ୍ୟଟକ ଯା ଆସ କରୁଛନ୍ତି |ଦୀର୍ଘ ୫ବର୍ଷ ଧରି ରାସ୍ତା ଖୋଳାଯାଇଥିଲେ ମଧ୍ୟ ତାହା ମରାମତି କରାଯାଉନାହିଁ |ଫ୍ଲେବର ଇଟା ପକାଯାଇ ରାସ୍ତା ନିର୍ମାଣ କରାଯାଉନାହିଁ |ଭାରତ ସେବାଶ୍ରମ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଯିବା ସମୟରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି |ସ୍ଥାନୀୟ ଅଞ୍ଚଳ ର କଡାର ଆଶ୍ରମ, ରାସବିହାରୀ ମଠ, ହୋଟେଲ,ଲଜିଙ୍ଗି, ଦୋକାନ ରହିଥିବାରୁ ପ୍ରତିଦିନ ସେହି ଅଞ୍ଚଳ ବାସିନ୍ଦା ଯିବା ଆସିବା ବେଳେ ଝୁଣ୍ଟି ଆହତ ହେଉଛନ୍ତି |ରାସ୍ତା ପାର୍ଶ୍ୱ ରେ ପନ୍ଦର ଟି କ୍ୟାବିନ ରହିଥିବାରୁ ରାସ୍ତା ସଂକୁଚିତ ଅବସ୍ଥା ରେ ରହିଛି |ରାସ୍ତାରେ ପ୍ରାୟ ୩ ଟ୍ରାକ୍ଟର ବର୍ଜ୍ୟ ପଲିଥିନ ଅଳିଆ ପଡ଼ିରହିଛି |ରାସ୍ତାରେ ଭଙ୍ଗା ବିୟର ବୋତଲ ଗଡୁଛି |ଗୋଡି, ଭଙ୍ଗା ଇଟା ବଜା ଏଣେତେଣେ ପଡ଼ିରହିଛି |ଏହି ଗୋଡି ଇଟା ବାଜି ବାଇକ ଓ ସ୍କୁଟି ଆରୋହୀ ଆହତ ହେଉଛନ୍ତି |ରାତିରେ ନିଶାଖୋର ମାନେ ନିଶା ସେବନ କରି ପର୍ଯ୍ୟଟକମାନଙ୍କୁ କମେଟ କରୁଥିବା ଅଭିଯୋଗ ହେଉଛି |ପୌର ଅଧିକାରୀ ଏଥିପ୍ରତି ଧ୍ୟାନ ଦେବା ପାଇଁ ଅଞ୍ଚଳବାସୀ ଦାବିକରିଛନ୍ତି |

Leave a Reply

Your email address will not be published. Required fields are marked *