ଓଡ଼ିଶା ରେ ପ୍ରାଚୀନ ପର୍ବ ପର୍ବାଣୀ ପାଳନ

ଓଡ଼ିଶା ରେ ପ୍ରାଚୀନ ପର୍ବ ପର୍ବାଣୀ ପାଳନ ହେଉ ଥିବାରୁ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେଉ ଥି଼ବା ବେଳେ ଅନ୍ୟତମ ପ୍ରସିଦ୍ଧ ଭଦ୍ରକ ଜିଲ୍ଲାର କାଳୀପୂଜା ଚଳିତ ବର୍ଷ ଏହା ରାଜ୍ୟ ସ୍ତରୀୟ ଭାବେ ଶୃଙ୍ଖଳିତ ସୁବ୍ୟବସ୍ଥିତ ମୌଳିକତାକୁ ସମ୍ମାନ ଦେଇ ବଜାୟ ରଖିବା ସହିତ ପ୍ରତ୍ୟେକ ପୂଜା ମଣ୍ଡପକୁ ୫୦ ହଜାର ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ଉଚ୍ଚଶିକ୍ଷା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ପ୍ରକାଶ କରିଛନ୍ତି। ଭଦ୍ରକ ଠାରେ ଚରମ୍ପାର ପ୍ରସିଦ୍ଧ କାଳୀପୂଜା ପାଳନ ପାଇଁ ଏକ ସ୍ୱତନ୍ତ୍ର ବୈଠକ ରେ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇ ପୂଜା କର୍ମକର୍ତ୍ତା ଓ ଜିଲ୍ଲା ପ୍ରଶାସନ ଙ୍କ ସହ ଆଲୋଚନା କରି ଚଳିତ ମାସ ୨୧ ତାରିଖରୁ କାଳୀପୂଜା ଆରମ୍ଭ ହୋଇ ୨୯ ତାରିଖ ସକାଳେ ଭସାଣୀ ହେବ ବୋଲି ସୂଚନା ଦେବା ସହିତ ରାଜ୍ୟ ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ, ପୂଜା ମେଳାରେ ମୂରବୀ ମୁଖିଆ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା, ସୁରକ୍ଷା ବ୍ୟବସ୍ଥା କଡାକଡି ଗ୍ରହଣ କରାଯିବା, ଦିବ୍ୟାଙ୍ଗ ଏବଂ ସବୁ ବର୍ଗର ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ମା କାଳୀଙ୍କୁ ଦର୍ଶନ କରିବା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ମେଳାର ସମୟସୀମା ଉପରେ ପ୍ରତ୍ୟକ ବର୍ଷ ଅତିରିକ୍ତ ଜିଲ୍ଲାପାଳ/ଉପଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଧାର୍ଯ୍ୟ କରାଯିବ, ଏଥିରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, କାଳୀପୂଜା କମିଟିର ସଭାପତି/ସଂପାଦକ ସଦସ୍ୟ ରହିବେ । ଆଜିର ଆଲୋଚନା ବୈଠକରେ ଭଦ୍ରକ ବିଧାୟକ ସିତାଂଶୁ ସେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ, ସାଂସଦଙ୍କ ପ୍ରତିନିଧି ଭଗବାନ ପଣ୍ଡା, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଲ, ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା, ପ୍ରମୁଖ ଯୋଗ ଦେଇଥିଲେ। ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଦ୍ରକ ଜିଲ୍ଲାରେ କାଳୀପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ରାଉତରାଏ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *