ପୁଣି ମାତିଲେ ପୋକରା କାଜୁ ବେପାର
କୋଣାର୍କ:-25/01/2025 – ନଷ୍ଟ କାଜୁ ବିକି ପର୍ଯ୍ୟଟକଙ୍କୁ କଲେ ହରିଲୁଟ, ପର୍ଯ୍ୟଟକ ମହଲରେ ଘୋର ଅସନ୍ତୋଷ, ପୋଲିସ ଓ ଖାଦ୍ୟନିରୀକ୍ଷକ ସାଜିଛନ୍ତି ନିରବ ଦ୍ରଷ୍ଟା,Anchor:- କୋଣାର୍କରେ ଏବେ ପର୍ଯ୍ୟଟକଙ୍କୁ ବିଭିନ୍ନ ପ୍ରକାର ଅଖାଦ୍ୟ ବିକ୍ରି ଚାଲିଛି, ସବୁଠାରୁ ବଡକଥା ଦେଶ ବିଦେଶର ପର୍ଯ୍ୟଟକଙ୍କୁ ପ୍ରତିଦିନ ଚଢାଦରରେ କାଜୁ ବିକୁଛନ୍ତି ଅସାଧୁ ବ୍ୟବସାୟୀ, କିଲୋ ପିଛା ୪ଶହ ଟଙ୍କାରୁ ୮ଶହଟଙ୍କା ନେଉଥିବା ବେଳେ ସୂର୍ଯ୍ୟ ମନ୍ଦିର ସମୁଖରେ ଖୋଲା କାଜୁ ଦେଖାଇ ବା ବେଳେ ପ୍ୟାକେଟେ ଭିତରେ ରଖୁଛନ୍ତି ପୋକା କାଜୁ ପ୍ୟାକେଟେ ନିଳ ରଙ୍ଗରର ଥିବା ବେଳେ ମାତ୍ର ୫୦ ଗ୍ରାମ ଭଲକାଜୁ ରଖି ଲୁଟୁଛନ୍ତି ବ୍ୟବସାୟୀ। ଯାହା ପାଇଁ କୋଣାର୍କ ସହ ପୁରୀ ଜିଲ୍ଲା ଓ ଓଡିଶାର ନା ଖରାପ ହେବାରେ ଲାଗିଛି। ସୂଚନା ଥାଉକି ଶୁକ୍ରବାର ମଧ୍ୟପ୍ରଦେଶରୁ ୩ଟି ବସରେ ୧୫୦ ପର୍ଯ୍ୟଟକ କୋଣାର୍କ ବୁଲିଆସିଥିବା ବେଳେ ସୂର୍ଯ୍ୟ ମନ୍ଦିର ସମୁଖରୁ ୫୦ ପ୍ୟାକେଟେ କାଜୁ କିଣିଥିଲେ। ସେମାନଙ୍କ ଠାରୁ ୪ଶହ ଟଙ୍କା ଲେଖାଏଁ ପ୍ରତି ପ୍ୟାକେଟେ ପିଛା ନେଇ କାଜୁ ଦେଇଥିଲା କୋଣାର୍କର ଦୁଇ ଜଣ ଅସାଧୁ କାଜୁ ବେପାରୀ। କୋଣାର୍କ ବୁଲି ପର୍ଯ୍ୟଟକ ମାନେ ଚନ୍ଦ୍ରଭାଗା ଠାରେ ରହଣି ସମୟରେ କାଜୁ ପ୍ୟାକେଟେ ଖୋଲି ଦେଖିବାକୁ ପାଇଥିଲେ ପ୍ୟାକେଟେ ଭିତରେ ପୋକା କାଜୁ, ଯାହା ସବୁ ଅଖାଦ୍ୟ ଯୋଗ୍ଯ ତେଣୁ ସେମାନେ କୋଣାର୍କ ଥାନାକୁ ଯୋଗାଯୋଗ କରିଥିଲେ ହେ ସେମାନଙ୍କ ପାଖରେ କୈଣସି ପୋଲିସ ବା ସ୍ଥାନୀୟ ପ୍ରଶାସନ ପହଞ୍ଚି ନଥିବା ଦେଖି ଶେଷରେ ସେମାନେ ବହୁତ ଦୁଃଖ ରେ ନିଜର ଦୁଃଖ ଆମ କ୍ୟାମେରା ସମୁଖରେ ବଖାଣି ଥିଲେ ଘଟଣା ସ୍ଥାନରେ ଆମ ପ୍ରତିନିଧିଙ୍କ ସମୁଖରେ ମଧ୍ୟ ଦୁଇଟି ପ୍ୟାକେଟେ ଖୋଲିଲା ବେଳେ ସେହିପରି ସମ୍ପୂର୍ଣ ପୋକା କାଜୁ ଦେଖିବାକୁ ମିଳିଥିଲା। ପୋକା କାଜୁ ବିକି ହୋଲସେଲର ହେଉଛନ୍ତି ମାଲାମାଲ। ତୁରନ୍ତ ପୁରୀ ଜିଲ୍ଲାପାଳ ଓ ଖାଦ୍ୟବିଭାଗ ଅଧିକାରୀ ଓ ପୁରୀ ଆରକ୍ଷୀ ଅଧିକାରୀ ଦୃଷ୍ଟି ଆକର୍ଷଣ କରି କୋଣାର୍କରେ କାଜୁ ବ୍ୟବସାୟ କରୁଥିବା ବ୍ୟବସାୟୀ ମାନଙ୍କୁ ଗିରଫ କରି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ନଚେତ ଆଗାମୀ ଦିନରେ ଏହି କାଜୁ ବ୍ୟବସାୟୀ ମାନଙ୍କ ପାଇଁ କୋଣାର୍କ ବୁଲିଆସୁଥିବା ଦେଶ ବିଦେଶର ପର୍ଯ୍ୟଟକଙ୍କ ସଖ୍ୟା କମିବାର ସମ୍ଭାବନା ରହିଛି।କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ରିପୋର୍ଟ୍
