ଶ୍ରୀଜଗନ୍ନାଥ ଭକ୍ତ ସମାଜ ତରଫରୁ ଦେବସ୍ନାନ ପୂର୍ଣ୍ଣିମାରେ ଅନ୍ନ ପ୍ରସାଦ ବଣ୍ଟନ
ଶ୍ରୀଜଗନ୍ନାଥ ଭକ୍ତ ସମାଜ ତରଫରୁ ଦେବସ୍ନାନ ପୂର୍ଣ୍ଣିମାରେ ଅନ୍ନ ପ୍ରସାଦ ବଣ୍ଟନ I
ଶ୍ରୀଜଗନ୍ନାଥ ଭକ୍ତ ସମାଜ ତରଫରୁ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ପୁରୀ ମାର୍କେଟ ଛକ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ନିକଟ ବଡ଼ଦାଣ୍ଡ ଠାରେ ଅନ୍ନ ପ୍ରସାଦ ବିତରଣ କରାଯାଇଥିଲା। ଢେଙ୍କାନାଳ ସଦରର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସୁଧିର କୁମାର ସାମଲ ମୂଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଡ଼ାଃ. ବାବାଜୀ ଚରଣ ଦାଶ୍, ଶ୍ରୀମତୀ ବିଦୁଲତା ଦାଶ୍ ଅତିଥି ଭାବେ ଯୋଗ ଦେଇଥିଲେ। ସଂପାଦକ ଡ଼ଃ. ଶଶିକାନ୍ତ ରଥ,ଶ୍ରୀମନ୍ଦିର ପୁରୋହିତ ପ୍ରଫେସର ପୂର୍ଣଚନ୍ଦ୍ର ମହାପାତ୍ର, ଶ୍ରୀଯୁକ୍ତ ବିଜୟ କୁମାର ସାହୁ, ଶ୍ରୀଯୁକ୍ତ ଭରତ କୁମାର ନାୟକ, ଡ଼ଃ.ପ୍ରଦୀପ ଚନ୍ଦ୍ର ଆଚାର୍ଯ୍ୟ, ଡ଼ଃ. ଅଜୟାନନ୍ଦ ସାହୁ, ଶ୍ରୀଯୁକ୍ତ କାର୍ତ୍ତିକ ସାହୁ, ଆଡଭୋକେଟ୍ ଦୀପ୍ତି ରଞ୍ଜନ ସେନାପତି, ଡ଼ଃ . ମହେଶ କୁମାର ପାଣିଗ୍ରାହୀ ଓ ଶତାଧିକ ସ୍ବେଚ୍ଛାସେବୀ ଏହି ସେବା କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ।
