ଅଙ୍ଗନୱାଡ଼ି କେନ୍ଦ୍ର ଆଭାବ ହେତୁ ଗଛତଳେ ଚାଲିଛି ଭାବିଷ୍ୟତ

ଫୁଲବାଣୀ ତା ୧୫/୦୨/୨୦୨୫ କନ୍ଧମାଳ ଜିଲ୍ଲା କଟଗ ଡ ବ୍ଲକ ଯୁବଗୁଡ଼ ପଞ୍ଚାୟତ ରେ ଶିଶୁ ବିକାଶ ନାଁରେ ସରକାର କୋଟିକୋଟି ଟଙ୍କା ବ୍ୟୟ ବରଦା ହେଉଛି ସତ କିନ୍ତୁ ବାସ୍ତବର ନଗ୍ନଚିତ୍ର ସମ୍ପୂର୍ଣ୍ଣ ଅଲଗା । ସବୁ କେବଳ କାଗଜ କଲମରେ ଚାଲିଛି ଯାହାରି ଜଳନ୍ତା ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦୁର୍ଗମ ଅଞ୍ଚଳ କୋଟଗଡ ବ୍ଲକ ଯୁବାଗୁଡା ପଞ୍ଚାୟତରେ । ଉକ୍ତ ପଞ୍ଚାୟତରେ ବଡ଼ଜାଲ ଅଙ୍ଗନୱାଡି କେନ୍ଦ୍ର ଯିଏ ଦେଖିଛି ସେହିଁ ପ୍ରକୃତ ବିଶ୍ୱାସ କରିବ । ବଡ଼ଜାଲ ଅଙ୍ଗନୱାଡି କେନ୍ଦ୍ରର ଅବସ୍ଥା ପୁରାପୁରୀ ଶୋଚନୀୟ । ଦୀର୍ଘ ୯ରୁ୧୦ ବର୍ଷରୁ ଉର୍ଦ୍ଧହେବ ଏହି ଅଙ୍ଗନ ୱାଡ଼ି କେନ୍ଦ୍ର ଚାଲିଛି । କିନ୍ତୁ ଗୃହ ନଥିବାରୁ ଶେଷରେ ବାଧ୍ୟ ହୋଇ ଅଙ୍ଗନୱାଡ଼ି ଦିଦି ଶ୍ରୀମତୀ ମାଳତୀ କପାଟ ପାତ୍ର ପ୍ରତେକ ଦିନ ଘର ଘର, ସାହି ସାହି, ବୁଲି କୁନି କୁନି ଶିଶୁଙ୍କୁ ଏକାଠି କରି ରାସ୍ତା କଡରେ ଥିବା ଏକ ଆମ୍ବ ଗଛ ମୂଳରେ ବସାଇ ପିଲାଙ୍କୁ ଶିକ୍ଷା , ଖାଦ୍ୟ ନିଅମିତ ଭାବରେ ନୀତି ଦିଅନ୍ତି।ଗର୍ଭବତୀ, ପ୍ରସୂତି ମା ମାନଙ୍କୁ ମଧ୍ୟ ନିୟମିତ ଖାଦ୍ୟ ଦେଇଥାନ୍ତି. ଏହି ବଡ଼ଜାଲ ଅଙ୍ଗନ ୱାଡ଼ି କେନ୍ଦ୍ରକୁ ଗାନ୍ଧୀ ନଗର, ବଡ଼ ଜାଲ ଉପର ସାହି, ଡାକମ ପଡା ଏହି ସବୁ ସାହିରୁ କୁନି କୁନି ଶିଶୁ ମାନେ ଆସନ୍ତି। ଉକ୍ତ କେନ୍ଦ୍ରର ଶିଶୁ ସଂଖ୍ୟା ପ୍ରାୟ ୧୫ ରୁ ଉର୍ଦ୍ଧ ହେବ।ଅଙ୍ଗନବାଡି କେନ୍ଦ୍ରରେ ଶିଶୁ ମାନଙ୍କୁ ପ୍ରାକ ଶିକ୍ଷା ଦିଆଯାଉଥିବା ବେଳେ ଏଭଳିଆ ଅବ୍ୟବସ୍ଥା ଅଭିଭାବକ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି କରିଛି। ଶିଶୁଙ୍କ ବିକାଶ ନାଁ ରେ ସରକାର ଅନେକ ଅର୍ଥ ଯୋଗାଇ ଦେଉଥିବା ବେଳେ ଏହି କେନ୍ଦ୍ରର ଅବସ୍ଥା ଦେଖିଲେ ବିଭାଗ ଅବ୍ୟବସ୍ଥା ବିଷୟରେ ଅଜ୍ଞ ତାହା ସ୍ପଷ୍ଟ ବାରି ହେଉଛି।ଏଣୁ ଗ୍ରାମବାସୀ ଓ କୁନି କୁନି ଶିଶୁ ଙ୍କ ଅଭିଭାବକ କହିବା ଅନୁଯାଇ ତୁରନ୍ତ ନୂତନ ଅଙ୍ଗନୱାଡି ଗୃହ କରାଜାଉକ୍ତ ସମସ୍ୟା ବିଷୟ ନେଇ କୋଟଗଡ ସିଡିପିଓ ଶ୍ରୀମତୀ ହରଲକ୍ଷ୍ମୀ ପୂଜାରୀଙ୍କୁ ପଚାରିବାରୁ ସେକହିଛନ୍ତି ଯେ ଯୁବାଗୁଡା ପଞ୍ଚାୟତର ବଡ଼ଜାଲ ଅଙ୍ଗନୱାଡି କେନ୍ଦ୍ର ସମସ୍ୟା ନେଇ ସେ ବିଡିଓ ଙ୍କ ସହ ଆଲଚନା କରିଛନ୍ତି ତୁରନ୍ତ ସମସ୍ୟା ର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି.ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଅଞ୍ଚଳ ବସି ଦାବି କରିଛନ୍ତି l

Leave a Reply

Your email address will not be published. Required fields are marked *