ସି ଡି ପି ଓ ଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଅଙ୍ଗନବାଡି କର୍ମୀ।

ଗଞ୍ଜାମ ଜିଲ୍ଲା ସୋରଡ଼ା ଶିଶୁ ବିକାଶ ଲାଗି ରହିଛି ତୁତୁ ମେମେ ଭଳି ସ୍ଥିତି,ପ୍ରକଳ୍ପ ଅଧିକାରୀ ସବିତା ସାବତ ଙ୍କ ବିରୋଧରେ ଦୁର୍ନୀତି ଓ ନିଯ୍ୟାତନା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଅଙ୍ଗନବାଡି କର୍ମୀ। ଶିଶୁଙ୍କ ବିକାଶ ଲାଗି ଆସୁଥୁବା ସରକାରୀ ଟଙ୍କାକୁ ହଡପ,ଲାଞ୍ଚ ଦେଇ ନଥିବାରୁ ରୋଷେଇ ବିଲ ବନ୍ଦ କରିବା , ଏହିଭଳି ଅଙ୍ଗନବାଡି ସାହାୟିକା ଙ୍କୁ ମାଡ଼ ମାରି, ସୁପରଭାଇଜର ଙ୍କ ଜରିଆରେ ମେଡ଼ିସିନ କିଟ୍ ବିକ୍ରି କରି ଟଙ୍କା ଆତ୍ମସାତ କରିଛନ୍ତି ସି ଡି ପି ଓ । ବିଭିନ୍ନ ସମୟରେ ଅଙ୍ଗନବାଡି କର୍ମୀ ଓ ସହାୟିକା ଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ଅଙ୍ଗନବାଡି ଓ ସହାୟିକା କର୍ମୀ। ଏମିତି କି ୱାଟ୍ସଅପ ଗ୍ରୁପ ରେ ସୁପରଭାଇଜର ଟଙ୍କା ମାଗିବାର ଫୋଟ ମଧ୍ଯ ଭାଇରଲ ହେଉଥିବାର ଦେଖା ଯାଇଛି |ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ସି ଡି ପି ଓ ଙ୍କୁ ବଦଳି କରିବାକୁ ଜିଲ୍ଲପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ଅଙ୍ଗନବାଡି କର୍ମୀ |

ଦାବି ପୂରଣ ନହେବାରୁ ଆନ୍ଦୋଳନ କୁ ଓଲ୍ହାଇଛନ୍ତି ଅଙ୍ଗନବାଡି କର୍ମୀ । ଅନ୍ୟପଟେ ସିଡିପିଓ ଙ୍କ ହାତବାରୀଶ ସାଜିଥିବା କେତେକ ଗଣମାଧ୍ୟମ ଙ୍କୁ ଲୁକାୟିତ ଭାବେ ନିଜ ସପକ୍ଷରେ ପ୍ରତିକ୍ରିୟା ଦେଇଥିବା ବେଳେ ଅନ୍ୟ ଗଣ ମାଧ୍ୟମମାନଙ୍କୁ କୁ ପ୍ରତିକ୍ରିୟା ଦେବାକୁ ମନା କରୁଛନ୍ତି | ଏଣୁ ସିଡିପିଓ ଙ୍କ କାର୍ଯ୍ୟକଳାପ ର ସ୍ୱଛତା ପ୍ରତି ସନ୍ଦେହ ସୃଷ୍ଟି କରୁଛି | ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ, ଉପଖଣ୍ଡ ଜିଲ୍ଲା ମଙ୍ଗଳ ଅଧିକାରୀ, ପ୍ରକଳ୍ପ ଅଧିକାରିଣୀ ଅଙ୍ଗନବାଡି ଦିଦି ଓ ଶିଶୁ ସମନ୍ୱୟ ଅଧିକାରୀଣି ଙ୍କ ସହ ଆଲୋଚନା କରି ସାତ ଦିନ ଭିତରେ ଏହାର ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି |

Leave a Reply

Your email address will not be published. Required fields are marked *