ଦଶପଲ୍ଲାରେ ଅଙ୍ଗନୱାଡ଼ି କର୍ମୀଙ୍କ ବୈଠକ

ନୟାଗଡ ଜିଲ୍ଲା ଦଶପଲ୍ଲାରେ ଅଂଗନୱାଡି ଲେଡିଡ ଆସୋସିଏସନର ଦଶପଲ୍ଲା ଶାଖାର କାର୍ଯ୍ୟକାରି କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଂଗନୱାଡି କର୍ମୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚିତ ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚିତ ହୋଇଥିଲା। ଉକ୍ତ ଵୈଠକରେ ଭାରତୀୟ ମଜଦୁର ସଂଘର ନୟାଗଡ ଜିଲ୍ଲା ସଂପାଦକ ସୁକାନ୍ତ କୁମାର ମହାପାତ୍ର ଯୋଗଦାନ କରିଥିଲେ ଏଵଂ ଦାଵୀ ଗୁଡିକ ପୂରଣ ପାଇଁ ଆହ୍ଵାନ କରିଥିଲେ। ଦାଵି ଗୁଡିକ ଯଦି ପୂରଣ ନ ହୁଏ ତେଵେ ଆନ୍ଦୋଳାତ୍ମକ ପନ୍ଥା ଅଵଲମ୍ବନ କରାଯିବ ବୋଲି ମତ ଵ୍ୟକ୍ତ କରିଥିଲେ। ଉକ୍ତ ଵୈଠକରେ ଅଂଗନୱାଡି ଦଶପଲ୍ଲା ଶାଖା ସଭାପତି ବିନୋଦିନୀ ଦେଇ, ସଂପାଦକ ଭାନୁମତୀପ୍ରଧାନ ,ସାଵିତ୍ରୀଦାଶ,ପ୍ରତିମା ସାହୁ ସଂକୁନ୍ତଳା ଦଳେଇ, ,ଜୟାମଣୀଦେଇ ଝରଣା ଦେହୁରୀ ମଞୁଲତା ସାହୁ ପ୍ରମୁଖଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *