୧୧ ଦଫା ଦାବି ନେଇ ଅଙ୍ଗନୱାଡି କର୍ମୀ ଙ୍କ ଆନ୍ଦୋଳନ

Date- 09/09/25*- ଭାରତୀୟ ମଜଦୁର ସଙ୍ଘ ସହ ଅନୁବନ୍ଧିତ ଅଲ ଓଡ଼ିଶା ଆଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନ କେନ୍ଦ୍ରୀୟ ନିଷ୍ପତ୍ତି କ୍ରମେ ଜଗତସିଂହପୁର ଜିଲ୍ଲା ଶାଖା ପକ୍ଷରୁ ୧୧ ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯାଇଛି । ଜିଲ୍ଲା ସଭାନେତ୍ରୀସୌଦାମିନୀ ତ୍ରିପାଠୀ ଙ୍କ ନେତୃତ୍ବରେ ଶତାଧିକ ଆଙ୍ଗନୱାଡି ଲେଡିଜ ୱାର୍କରସ ମାନେ ଏକ ଶୋଭାଯାତ୍ରାରେ ଏସ. କେ.ଏକାଡେମୀ ନିକଟରୁ ବାହାରି ସହର ପରିକ୍ରମା କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟ ଦାବି ମଧ୍ୟରେ ମୂଳ ଦରମା 18 ହଜାର କୁ ବୃଦ୍ଧି, ପେନସନ ପ୍ରଦାନ, ଅବସରକାଳୀନ ସମୟରେ 10 ଲକ୍ଷ ଟଙ୍କା ବୀମା ଅର୍ଥ ରାଶି ପ୍ରଦାନ କରିବା, ଶିକ୍ଷା ନୀତି ଆଧାରରେ ଶିକ୍ଷକ ନିଯୁକ୍ତି ଦାବି କରିବାକୁ ସଙ୍ଘ ପକ୍ଷରୁ ଦାବି କରାଯାଇଛି । ଯଦି ସରକାର ନ ଶୁଣନ୍ତି ତେବେ ଆଗାମୀ ଦିନରେ ସମସ୍ତ ଆଙ୍ଗନୱାଡି ତାଲା ପଡିବା ସହିତ ଆନ୍ଦୋଳନ କୁ ଯୋରଦାର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *