ସୋରଡା ବ୍ଲକ ସମ୍ମୁଖରେ ଧାରଣା ଦେଲେ ଅଙ୍ଗନବାଡ଼ି କର୍ମୀ ସି ଡି ପି ଓ ଙ୍କ ବିରୁଦ୍ଧରେ
ସୋରଡ଼ା17-04-2025 ସରକାର ମହିଳା ଓ ଛୋଟ ଛୋଟ ପିଲା ମାନଙ୍କର ଶାରୀରିକ ଅଭିବୃଦ୍ଧି ସହିତ କୁନି କୁନି ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରି ସେମାନଙ୍କ ଅଭିବୃଦ୍ଧି ସହିତ ପୌଷ୍ଟିକ ବିକାଶ ପାଇଁ କାର୍ଯ୍ୟ କରୁଛି ସରକାରୀ ପ୍ରାକ ବିଦ୍ୟାଳୟ ବା ଅଙ୍ଗନବାଡି କେନ୍ଦ୍ର ।ଏହାର ସୁଫଳ ପହଞ୍ଚାଇବା ଓ ଉକୃଷ୍ଟ କାର୍ଯ୍ୟକ୍ରମ ସମ୍ପାଦନ ପାଇଁ ସ୍ୱତନ୍ତ୍ର ବିଭାଗ ସହିତ ପ୍ରତ୍ୟେକ ବ୍ଲକରେ ଜଣେ ଲେଖାଏଁ ମହିଳା ଓ ଶିଶୁ ବିକାଶ ଅଧିକାରୀ ଓ ସୁପ୍ରଭାଇଜର ତଥା କର୍ମଚାରୀ କାର୍ଯ୍ୟରତ ରହିଛନ୍ତି।କିନ୍ତୁ ସୋରଡ଼ା ବ୍ଲକରେ କାର୍ଯ୍ୟରତ ଅଧସ୍ତନ କର୍ମଚାରୀ ଓ ତୃଣମୂଳ ସ୍ତରର କର୍ମୀ ମାନଙ୍କ ମଧ୍ୟରେ ଉପଯୁକ୍ତ ବୁଝାମଣା ଓ କାର୍ଯ୍ୟ ତଦାରଖ ନେଇ ଏକ ପ୍ରକାର ତୁ ତୁ ମେ ମେ ଭଳି ପରିସ୍ଥିତି ଗତ କିଛିଦିନ ହେବ ଲାଗି ରହିଥିବା ବେଳେ ଆଜି ଉଗ୍ର ରୂପ ନେଇଥିଲା ଯାହାକି ସମସ୍ତ ଅଙ୍ଗନବାଡ଼ି କର୍ମୀ ଓ ପାଚିକା ତଥା ସହାୟିକାଙ୍କ ସହିତ ସ୍ଥାନୀୟ ଗୋଷ୍ଠୀ ଉର୍ଣ୍ଣୟାନ ଅଧିକାରୀ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଉପଖଣ୍ଡ ସ୍ତରୀୟ ସମାଜ ମଙ୍ଗଳ ଅଧିକାରୀ ଆଦିଙ୍କୁ ଦିନ ତମାମ ନକେଦମ ହେବାକୁ ପଡିଥିଲା।ଏବଂ ସୂଚନା ମୁତାବକ ଅଧସ୍ତନ କର୍ମଚାରୀ ଓ ଅଧିକାରୀ ମାନେ କାର୍ଯ୍ୟ ତଦାରଖ ଓ କାର୍ଯ୍ୟାନୁଷ୍ଠାନ ସହିତ ଉତ୍କୋଚ ନେବା ନେଇ ସଙ୍ଗିନ ଅଭିଯୋଗ ଆଣି ଉପରିସ୍ଥ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ପରେ ଅଧିକାରୀଙ୍କ ତଦନ୍ତରେ ସେହିଭଳି କିଛି ଦୃଷ୍ଟାନ୍ତ ମୂଳକ ଅଭିଯୋଗରେ ସନ୍ଦର୍ପଣ ହୋଇ ନ ଥିଲା ଏବଂ ଯାହାକି ଭିତ୍ତିହୀନ ବୋଲି ଦର୍ଶାଇଥିଲେ ପରନ୍ତୁ କର୍ମୀ ଓ ଅଭିଯୋଗ କାରୀଣୀମାନେ ନିଜ ପକ୍ଷଭୁକ୍ତ ବିଚାର ପାଇଁ ଅଡ଼ିବସିଥିଲେ ।

ଏଣୁ ଅଧିକାରୀ ମାନେ ଲାଇଭ କ୍ୟାମେରାରେ ରେକର୍ଡ ଭୁକ୍ତ କରାଯାଇ ଆଲୋଚନା କରିବା ନେଇ ନିଷ୍କର୍ଷ ହୋଇଥିଲା।ଏବଂ ରେକର୍ଡ ଭୁକ୍ତ ତଥ୍ୟ ଅନୁଯାୟୀ ସେହିଭଳି କିଛି ଠୋସ ପ୍ରମାଣ ନ ମିଳିଥିବା ବେଳେ ବ୍ୟବହାରଗତ ଶୈଳୀ ଓ ଉପଯୁକ୍ତ ବୁଝାମଣା ନେଇ କାର୍ଯ୍ୟ କରିବା ପାଇଁ ଉପରିସ୍ଥ କର୍ମଚାରୀ ମତ ରଖିଥିଲେ।ଏଣେ ଗ୍ରାମାଞ୍ଚଳ ମାନଙ୍କରେ ସରକାରୀ ଯୋଜନା ମୁତାବକ ଖାଦ୍ୟପେୟ ସାଙ୍ଗକୁ ପୋଷାକ ଓ ଆନୁସଙ୍ଗିକ ଉପକରଣ ନ ମିଳିବା ନେଇ ଅନେକ ନଜୀର୍ ରହିଥିବା ବେଳେ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ମାନଙ୍କ ଅର୍ଥ ଆତ୍ମସାତ ଭଳି ଅନେକ ଘଟଣା ଏହି ବ୍ଲକରେ କାର୍ଯ୍ୟରତ କର୍ମୀ ମାନଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି।ଅନୁରୂପ ଭାବେ କିଛି କର୍ମୀ ଲିଙ୍ଗ ଭେଦ ଓ ନିଜ ସଙ୍ଘକୁ ଢାଲ କରି ନିଜ ଇଚ୍ଛା ମୁତାବକ ବିଭାଗକୁ ସଞ୍ଚାଳନ କରିବା ଭଳି ଆଚରଣ ଆଜିର ଏହି କାର୍ଯ୍ୟକ୍ରମରୁ ସ୍ୱଷ୍ଟ ହୋଇଥିଲା।ଯାହାକି ସରକାରଙ୍କୁ ବଦନାମକୁ ଟାଣିବା ସହିତ ଦୁସ୍ଥ ଗରିବଙ୍କ ସହାରା ବଦଳରେ ନିଜ ସ୍ୱାର୍ଥ ସାଧନରେ କାର୍ଯ୍ୟ କରୁଥିବା ଭଳି ମନେ ହେଉଥିଲା।
