ନୂଆଦିଲ୍ଲୀରେ ବ୍ରହ୍ମପୁରର ସଂଖ୍ୟା ଜ୍ୟୋତିଷ ବିଶାରଦ ଅଙ୍କିତା ରାଜ୍ ଙ୍କୁ ଆଷ୍ଟ୍ରୋ ସେମିନାର ଏବଂ ଷ୍ଟାର୍ ଆଚିଭର୍ ଆୱାର୍ଡ ପ୍ରୋଗ୍ରାମରେ ସମ୍ମାନିତ

ନୂଆଦିଲ୍ଲୀ/ବ୍ରହ୍ମପୁର /ଚିକିଟି,( ): ବ୍ରହ୍ମପୁର ହିଲ୍‌ପାଟଣାର ପ୍ରତିଭାଶାଳୀ ସଂଖ୍ୟା ଜ୍ୟୋତିଷ ବିଶାରଦ ( Professional Numerologist) ଅଙ୍କିତା ରାଜ୍ ନୂଆଦିଲ୍ଲୀରେ ଆୟୋଜିତ ଭବ୍ୟ “ଆଷ୍ଟ୍ରୋ ସେମିନାର ଏବଂ ଷ୍ଟାର୍ ଆଚିଭର୍ ଆୱାର୍ଡ (ସିଜନ–୧୮)” ଅବସରରେ ‘ଭିଆଇପି ମୁଖ୍ୟ ଅତିଥି’ ଭାବେ ସମ୍ମାନିତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ୨୮ ମାର୍ଚ୍ଚ ୨୦୨୬ ରେ ଆୟୋଜିତ ହୋଇଥିଲା। ଉଲ୍ଲେଖନୀୟ ଯେ, ସେ ଏହି ପ୍ରତିଷ୍ଠିତ ମଞ୍ଚରେ ଏକମାତ୍ର ଓଡ଼ିଆ ପ୍ରତିନିଧି ଭାବେ ଯୋଗଦେଇଥିଲେ।ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବଲିଉଡର ପ୍ରସିଦ୍ଧ ଖଳନାୟକ ଗୁଲସନ୍ ଗ୍ରୋଭର, ଅଭିନେତ୍ରୀ ସୁଧା ଚନ୍ଦ୍ରନ୍, ଜନପ୍ରିୟ ଗାୟିକା ଶିବାନୀ କଶ୍ୟପ ଏବଂ ବିଶିଷ୍ଟ ଜ୍ୟୋତିଷୀ ଜି.ଡି. ବଶିଷ୍ଠଙ୍କ ଉପସ୍ଥିତିରେ ତାଙ୍କୁ ସମ୍ମାନ ଜଣାଯାଇଥିଲା। ପ୍ରସିଦ୍ଧ ‘ଟାରୋଟ୍ କୁଇନ୍’ ମିନୁ ଶର୍ମାଙ୍କ ଆୟୋଜନାରେ ହୋଇଥିବା ଏହି ସେମିନାରରେ ଅଙ୍କିତା ସଂଖ୍ୟା ଜ୍ୟୋତିଷ( Numerology )ଓ ଘଡ଼ି ବିଶ୍ଳେଷଣ (wrist watch Analysis)ମାଧ୍ୟମରେ ମଣିଷ ଜୀବନରେ ସକାରାତ୍ମକ ପରିବର୍ତ୍ତନ କିପରି ଆଣିହେବ, ସେଥିରେ ଗଭୀର ଆଲୋଚନା କରିଥିଲେ।ଅଙ୍କିତା ରାଜ୍ ବୃତ୍ତିରେ କୃଷି ବିଭାଗର କର୍ମଚାରୀ ହେଉଥିବା ସତ୍ୱେ, ନିଜ ପ୍ରତିଭା ଓ ଆଗ୍ରହ ଦ୍ୱାରା ସେ ଜଣେ ସମାଜସେବୀ, ପ୍ରସିଦ୍ଧ ସଂଖ୍ୟା ଜ୍ୟୋତିଷୀ, (Number science expert),ଅlଡଭାନ୍ସ ନାମ ସଂଶୋଧନ ବିଶେଷଜ୍ଞ ଓ ବିଜନେସ୍ ନ୍ୟୁମେରୋଲୋଜି ପରାମର୍ଶଦାତା ଭାବେ ପରିଚିତ ହୋଇପାରିଛନ୍ତି। ବର୍ତ୍ତମାନ ସେ ସଂଖ୍ୟା ଜ୍ୟୋତିଷରେ ପିଏଚ୍‌ଡି କରୁଛନ୍ତି। ଏହା ସହ ସେ ବାସ୍ତୁ ଉର୍ଜା ବିଶେଷଜ୍ଞ ଓ ଘଡ଼ି ବିଶ୍ଳେଷକ ଭାବେ ମଧ୍ୟ ଖ୍ୟାତି ଅର୍ଜନ କରିଛନ୍ତି।ଅଙ୍କିତା ରାଜ ନିଜ ଜ୍ଞାନ ଓ ପରାମର୍ଶ ଦ୍ୱାରା ବହୁତ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିଛନ୍ତି।ନିଜ ସଫଳତା ପାଇଁ ସେ ନିଜ ପିତା ପ୍ରଦୀପ୍ତ କୁମାର ରଥ (ଅବସରପ୍ରାପ୍ତ କଲେଜ ପ୍ରିନ୍ସିପାଲ୍), ମାତା ବିଷ୍ଣୁପ୍ରିୟା ଦେବୀ (ଅବସରପ୍ରାପ୍ତ ହାଇସ୍କୁଲ୍ ଶିକ୍ଷୟିତ୍ରୀ), ଗୁରୁଜନ ,ହୀଲର,ଓ ଗସେବାଗ୍ରାହୀମାନଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି।“ଏହି ସମ୍ମାନ କେବଳ ମୋର ନୁହେଁ, ମୋର ସମସ୍ତ ସେବାଗ୍ରାହୀ ଓ ଶୁଭେଚ୍ଛୁଙ୍କର। ଲୋକଙ୍କ ଭଲପାଇବା ଓ ବିଶ୍ୱାସ ମୋତେ ଏହି ସ୍ଥାନକୁ ଆଣିଛି। ଆଗାମୀ ଦିନରେ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ଓ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆଣିବା ସହିତ ସେମାନଙ୍କୁ ଆଧ୍ୟାତ୍ମିକ ପଥରେ ଆଗେଇ ନେବା ମୋର ଲକ୍ଷ୍ୟ,” ବୋଲି ଅଙ୍କିତା କହିଛନ୍ତି।ଅଙ୍କିତା ରାଜଙ୍କ ଏହି ସଫଳତା ପାଇଁ ବ୍ରହ୍ମପୁର ସହ ସମଗ୍ର ଓଡ଼ିଶାରୁ ଶୁଭେଚ୍ଛାର ଝରି ପଡ଼ୁଛି।

Leave a Reply

Your email address will not be published. Required fields are marked *