ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦୁଗୁଧା ର ବାର୍ଷିକ ଉତ୍ସବ

ଉଦଳା ତା ୨୦/୧୨ -ଉଦଳା ବ୍ଲକ ଅନ୍ତର୍ଗତ ଦୁଗୁଧା କ୍ଲଷ୍ଟର ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୁଗୁଧା ରେ ବାର୍ଷିକ ଉତ୍ସବ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଅନୁପମା ସାହୁ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଯାଇଅଛି।ଉକ୍ତ ସଭାରେ ଏ ବି ଓ କମ୍ ବି ଆର ସି ସି ମିନତି ମଞ୍ଜରୀ ପଣ୍ଡା ମୁଖ୍ୟ ଅତିଥି ରୂପେ,କାଠୁଆବେଢା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଜତ କୁମାର ମହାପାତ୍ର ମୁଖ୍ୟ ବକ୍ତା,ଦୁଗୁଧା କ୍ଲୋଷ୍ଟର ସି ଆର ସି ସି ବିଜୟ ବେହେରା ସ୍ଵତନ୍ତ୍ର ଅତିଥି,ଏହି ବିଦ୍ୟାଳୟର ଏସ ଏମ ସି ସଭାପତି ରଥିଆ ମହାକୁଡସମ୍ମାନିତ ଅତିଥି ରୂପରେ ସଭାକାର୍ଯ୍ୟ ରେ ଯୋଗ ଦେଇଥିଲେ।ଗତ ୧୭/୧୨/୨୩ ରିଖ ଓ ୧୮/୧୨/୨୩ ରିଖ ଦୁଇଦିନ ଧରି ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ତିନୋଟି ଗ୍ରୁପରେ ମୋଟ ୩୦ ଟି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରା ଯାଇଥିଲା। ମଞ୍ଚାସିନ ଅତିଥି ମାନେ ମୁଖ୍ୟତଃ ଛାତ୍ର ଜୀବନ ର କ୍ରୀଡାର ଭୂମିକା ,ସ୍ବାସ୍ଥ୍ୟର ଯତ୍ନ ,ଶୃଙ୍ଖଳା ଜ୍ଞାନ ଇତ୍ୟାଦି କୁ ଗୁରୁତ୍ଵ ଦେଇ ସ୍ଵ ସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ।ଶିକ୍ଷକ ଦୈ ତାରୀ ବିନ୍ଧାଣି ମଞ୍ଚ ପରିଚାଳନା କରିଥିବା ସହ ଶିକ୍ଷକ ନନ୍ଦନ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।ଶିକ୍ଷୟିତ୍ରୀ ଶିଖା ସଦୁଆଳ ବିବରଣୀ ପାଠ କରିବା ସହିତ ପ୍ରଶାନ୍ତ କୁମାର ଜେନା, ବ୍ରଜକିଶୋର ବିନ୍ଧାଣି ,ସରସ୍ଵତୀ ନାଏକ ,ଦୀପିକା କର ,କ୍ଷିରୋଦ କୁମାର ପୁହାଣ ,ଏସ ଏମ ସି ସଦସ୍ୟ ପ୍ରମୁଖ ଙ୍କ ପୂର୍ଣ୍ଣ ସହଯୋଗ ରେ କାର୍ଯକ୍ରମ ସଫଳ ରୂପାୟନ ହୋଇଥିଲା।ପିଲା ଙ୍କ ଦ୍ଵାରା ନୃତ୍ୟ ଗୀତରେ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇଥିଲା।ପ୍ରାୟ ପାଞ୍ଚଶହ ରୁ ଉର୍ଦ୍ଧ ସ୍ଥାନୀୟ ବାସିନ୍ଦା ଏହାକୁ ଉପଭୋଗ କରି ଥିଲେ।

Leave a Reply

Your email address will not be published. Required fields are marked *