କୁରସୁଡ଼ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ପାଳନ

ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କୁରସୁଡ ଗ୍ରାମ ର ଶ୍ରୀଜଗନ୍ନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ୪୨ ତମ ବାର୍ଷିକ ମହୋତ୍ସବ ପାଳିତ ହୋଇ ଯାଇଛି। ଉକ୍ତ ଉତ୍ସବରେ ସ୍ଥାନିୟ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ଶ୍ରୀଯୁକ୍ତ ନିମାଇଁଚରଣ ବେହେରା ମୁଖ୍ଯ ଅତିଥି ରୂପେ; ସମିତି ସଭ୍ଯ ଶ୍ରୀଯୁକ୍ତ ଜୟ ପ୍ରକାଶ ନାଏକ, ପୁରାତନ ଛାତ୍ର ସଂସଦ ର ସଭାପତି ଶ୍ରୀଯୁକ୍ତ ହର ପ୍ରସାଦ ନାଏକ,ବିଦ୍ୟାଳୟ ପାଇଁ ଜମି ଦାନ କରିଥିବା ସ୍ବର୍ଗତ ନେକିରାମ ଜୈନଙ୍କ ନାତି ଶ୍ରୀମାନ କାହ୍ନା ଜୈନ ଓ ସ୍ବର୍ଗତ ଅଦଲ ସାହୁଙ୍କ ପୁଅ ଶ୍ରୀଯୁକ୍ତ ସଂଜୀବ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ। ମୁଖ୍ଯ ବକ୍ତା ଭାବେ ଉକ୍ତ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଶଙ୍କର୍ଷଣ ସ୍ବାଇଁ ଛାତ୍ର ଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଜୟ ରଞ୍ଜନ ମହାନ୍ତି ସଭାର ଅଧ୍ୟକ୍ଷତା କରିଥିଲେ। ଏଅବସରରେ ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ବ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ଯକ୍ରମ ର ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ବାରା ଚିତ୍ତାକର୍ଷକ ନୃତ୍ଯ ଓ କ୍ଷୁଦ୍ର ନାଟିକା ପରିବେଷଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *