ସରକାରୀ ଉଚ୍ଚ ବିଦ୍ୟାଳୟ ବରଦା ର ବାର୍ଷିକ ଉତ୍ସବ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ବରଦା ଗ୍ରାମ ପଞ୍ଚାୟତ ଅଧୀନ ବରଦା ଗ୍ରାମ ରେ ଅବସ୍ଥିତ ଅଶ୍ବଖୋଲା ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ବରଦା ର ବାର୍ଷିକ ଉତ୍ସବ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନବକିଶୋର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଜାନୁଆରୀ ମାସ ଏକୋଇଶି ତାରିଖ ଅପରାହ୍ନ ରେ ବିଦ୍ୟାଳୟ ପରିସରରେ ମହା ଆଡମ୍ବରରେ ସମାହିତ ହୋଇଯାଇଅଛି। ଏହି ସଭାରେ ମୁଖ୍ୟ ଅତିଥି ରୂପେ ପ୍ରାକ୍ତନ୍ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓଡ଼ିଶା ଭୁବନେଶ୍ୱର ତଥା ପ୍ରାକ୍ତନ୍ ଜିଲ୍ଲାପାଳ ବୈ।ଦ ସତ୍ୟ ରଞ୍ଜନ ସାହୁ ଉପସ୍ଥିତ ହୋଇ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ପରିଶ୍ରମ କରି ସଫଳତା ହାସଲ କରିବା ପାଇଁ ପରାମର୍ଶ ଦେଇଥିଲେ।ସମୟ ର ସଦୁପଯୋଗ, ନିୟମିତ ଯୋଗ, ଏବଂ ସଫଳତା ର ଶେଷ ପାହାଚରେ ପହଞ୍ଚିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଉଦ୍ ବୋଧନ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ରାଜ୍ୟ କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ଜ୍ୟୋତିରଂଜନ ପରିଡ଼ା, ସ୍ଥାନୀୟ ସରପଞ୍ଚ ଦିପ୍ତିମୟୀ ବେହେରା, ମୋ ସ୍କୁଲ ଅଭିଯାନ ର‌ ସଭାପତି ବନ ବିହାରି ସାହୁ ଉପସ୍ଥିତ ହୋଇ ଉଦ୍ ବୋଧନ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ରାଜ୍ୟ, ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ହରିହର ସାହୁ ଉପସ୍ଥିତ ହୋଇ ବିଦ୍ୟାଳୟ ଗଠନ ସମ୍ପର୍କରେ ଆଲୋଚନା କରି ଏହି ବିଦ୍ୟାଳୟଟି ଅନେକ ଛାତ୍ରଛାତ୍ରୀ ମାନଙ୍କୁ ସୁପ୍ରତିଷ୍ଠିତ କରିପାରିଥିବା ରୁ ଏହାକୁ ଜାରି ରଖିବା ପାଇଁଁ ଅନୁରୋଧ କରିଥିଲେ। ବିଦ୍ୟାଳୟ ର ଶିକ୍ଷକ ଅନନ୍ତ ଚରଣ ଜେନା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିବାବେଳେ ଶିକ୍ଷୟିତ୍ରୀ ରଙ୍ଗଲତା ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ମହାନ୍ତି ଏ.୧ରେ କୃତିତ୍ୱ ହାସଲ କରି ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଠାରୁ କୋଡ଼ିଏ ହଜାର ପୁରସ୍କାର ରାଶି ଗ୍ରହଣ କରିବା ପାଇଁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ ଦେଇଥିଲେ। ବିଦ୍ୟାଳୟ ର ଦଶମ ଶ୍ରେଣୀର ଛାତ୍ରୀମାନେ ପ୍ରାରମ୍ଭିକ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ବିଦ୍ୟାଳୟ ର କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ନାଟକ ମଞ୍ଚସ୍ଥ ହୋଇଥିଲା। କାର୍ଯ୍ୟକ୍ରମ ରେ ଶିକ୍ଷକ ଅନ୍ନଦା କୁମାର ଦାସ ଶିକ୍ଷୟତ୍ରୀ ସରୋଜିନୀ ନାୟକ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *