ପାଲାଗାୟକ ପରିଷଦର ବାର୍ଷିକ ସମ୍ମିଳନୀ

ଶ୍ରୀନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦ, ଶାଖା ଅଖଣ୍ଡ ପୁରୀଜିଲ୍ଲା ଅନ୍ତର୍ଗତ ଅର୍କମଣ୍ଡଳ ପାଲାଗାୟକ ପରିଷଦର 34 ତମ ବାର୍ଷିକ ସମ୍ମିଳନୀ ପବିତ୍ର ପ୍ରଥମାଷ୍ଟମୀ ତିଥିରେ କୋଣାର୍କ ର ଟିକନା ନିକଟସ୍ଥ ଶ୍ରୀ ଶ୍ରୀ ଗରୁଡ଼େଶ୍ୱର ଦେବଙ୍କ ମନ୍ଦିର ପୀଠରେ ଅନୁଷ୍ଠିତ ହୋଇ ଯାଇଅଛି l ଅର୍କମଣ୍ଡଳ ପାଲାଗାୟକ ପରିଷଦର ସଭାପତି ଗାୟକ ଲଳିତ ଶ୍ରୀଯୁକ୍ତ ଉପେନ୍ଦ୍ର ନାଥ ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାହିତ୍ୟ ସଭାରେ ଅଖଣ୍ଡ ପୁରୀଜିଲ୍ଲା ପାଲାଗାୟକ ପରିଷଦ ସଭାପତି ଗାୟକ ବ୍ୟାସ ଶ୍ରୀଯୁକ୍ତ ଲକ୍ଷ୍ମୀଧର ଦାଶ ମୁଖ୍ୟ ଅତିଥି, ରାଜ୍ୟ ପାଲାଗାୟକ ପରିଷଦ ସାଧାରଣ ସମ୍ପାଦକ ଗାୟକ ଆନନ୍ଦ ଶ୍ରୀଯୁକ୍ତ ବସନ୍ତ କୁମାର ରାଉତ ମୁଖ୍ୟ ବକ୍ତା, ରାଜ୍ୟ ସାଂସ୍କୃତିକ ସମ୍ପାଦକ ଗାୟକ ବାଚସ୍ପତି ପଣ୍ଡିତ ବନବିହାରୀ ଗ୍ରାହାଚାର୍ଯ୍ୟ ବିଶିଷ୍ଟ ବକ୍ତା, ପ୍ରିୟପୁତ୍ର ଓ ଟିକିତାରା ର ସମ୍ପାଦକ ବିଶିଷ୍ଟ ସାହିତ୍ୟିକ ଆଇନଜୀବୀ ବିପିନ ବିହାରୀ ଦଳାଇ ସମ୍ମାନିତ ଅତିଥି, ସମିତିସଭ୍ୟା ଶ୍ରୀମତୀ ଗାୟତ୍ରୀ ମହାରିକ, ସମାଜସେବୀ ସଂସ୍କୃତିପ୍ରେମୀ ଶ୍ରୀଯୁକ୍ତ ବାବୁଲା ବେହେରା, ଗାୟକ ଶ୍ରୀଯୁକ୍ତ ଭିକାରୀ ଶତପଥୀ ପ୍ରମୁଖ ମଞ୍ଚାସୀନ ହୋଇ ଶାସ୍ତ୍ରୀୟ ନାଟକ ତଥା ଉତ୍କଳର ନିଜସ୍ୱ କଳା ପାଲା ସମ୍ପର୍କରେ ବଳିଷ୍ଠ ଆଲୋଚନା କରିଥିଲେ lସମ୍ମିଳନୀର ପ୍ରାରମ୍ଭିକ ପର୍ଯ୍ୟାୟରେ ପାଲା ପରିବେଷଣ କରିଥିଲେ ଗାୟକ ଜମ୍ବେଶ୍ୱର ଓଝା lପରିଷଦର ସାଙ୍ଗଠନିକ ବୈଠକରେ ସଂଗଠନର ଆବଶ୍ୟକତା ଏବଂ ତାର ଦୃଢ଼ତା ସମ୍ପର୍କ ରେ ସମସ୍ତ ପାଲାକାର ବନ୍ଧୁ ମାନେ ନିଜସ୍ୱ ମତ ଉପସ୍ଥାପନ କରିଥିଲେ l ପରେ ପରେ ପରିଷଦର ନୂତନ କର୍ମକର୍ତ୍ତା ଭାବରେ ଶ୍ରୀଯୁକ୍ତ ବାଉରୀ ବନ୍ଧୁ ସାହୁ ସଭାପତି,ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ରାଉତ ଉପସଭାପତି, ଶ୍ରୀଯୁକ୍ତ ମଂଗରାଜ ବିଶ୍ୱାଳ ସମ୍ପାଦକ, ଶ୍ରୀଯୁକ୍ତ ଅଜୟ କୁମାର ଦୀକ୍ଷିତ ସହ ସମ୍ପାଦକ, ଶ୍ରୀଯୁକ୍ତ ମାୟାଧର ପ୍ରଧାନ ସାଙ୍ଗଠନିକ ସମ୍ପାଦକ, ଶ୍ରୀଯୁକ୍ତ ତ୍ରିଲୋଚନ ନାୟକ ସାଂସ୍କୃତିକ ସମ୍ପାଦକ, ଶ୍ରୀଯୁକ୍ତ ପ୍ରସନ୍ନ କୁମାର ବସ୍ତିଆ କୋଷାଧ୍ୟକ୍ଷ, ଶ୍ରୀଯୁକ୍ତ ରମେଶ କୁମାର ବେହୁରା, ଶ୍ରୀଯୁକ୍ତ ବସନ୍ତ କୁମାର ମଙ୍ଗରାଜ ଓ ଶ୍ରୀଯୁକ୍ତ ଜମ୍ବେଶ୍ବର ଓଝା କାର୍ଯ୍ୟନିର୍ବାହୀ ସଭ୍ୟ, ସୁଶ୍ରୀ ବୀଣାପାଣି ବାରିକ ଗାୟିକା ପ୍ରତିନିଧି, ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ବେହେରା ବାୟକ ପ୍ରତିନିଧି, ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପଣ୍ଡା ପାଳିଆ ପ୍ରତିନିଧି ଭାବେ ନିର୍ବାଚିତ ହୋଇ ଥିଲେ l ସମସ୍ତ କାର୍ଯ୍ୟକ୍ରମ ସହ ସାହିତ୍ୟ ସଭାକୁ ସମ୍ପାଦକ ମଂଗରାଜ ବିଶ୍ୱାଳ ସଂଯୋଜନା କରିଥିଲା ବେଳେ ମଙ୍ଗଳା ଚରଣ ପାଠ କରିଥିଲେ ଗାୟକ ଶ୍ରୀଯୁକ୍ତ ହରିହର ଜେନା ଓ ଶ୍ରୀଯୁକ୍ତ ବସନ୍ତ କୁମାର ମଂଗରାଜ l ଅତିଥି ପରିଚୟ ପ୍ରଦାନ କରିଥିଲେ ଗାୟକ ଅଜୟ କୁମାର ଦୀକ୍ଷିତ l ରାଜ୍ୟ, ଜିଲ୍ଲା ଏବଂ ମଣ୍ଡଳ ସମ୍ମିଳନୀ କରି ପାଲା କଳାକୁ ଭଲ ପାଉଥିବା ସମାଜସେବୀ ଶ୍ରୀଯୁକ୍ତ ବାବୁଲା ବେହେରା ଙ୍କୁ ଆଦର୍ଶ ସମାଜସେବୀ ସମ୍ମାନରେ ସମ୍ମାନିତ କରାଯାଇଥିଲା l ଶ୍ରୀଯୁକ୍ତ ଶିବ ପ୍ରସାଦ ଦାସ ଏବଂ ଟିକନା ଗ୍ରାମବାସୀ ସହଯୋଗ କରିଥିଲେ l ସର୍ବ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଗାୟକ ତ୍ରିଲୋଚନ ନାୟକ l

Leave a Reply

Your email address will not be published. Required fields are marked *