ସରସ୍ୱତୀ ଶିଶୁ ବିଦ୍ୟମନ୍ଦିରର ୩୦ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ

ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତ୍ରଗତ ମଙ୍ଗୁଲି ସରସ୍ୱତୀ ଶିଶୁ ବିଦ୍ୟମନ୍ଦିରର ୩୦ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସରସ୍ୱତୀ ଶିଶୁ ବିଦ୍ୟମନ୍ଦିରର ସମ୍ପାଦକ ଗୟାଧର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ସଭାରେ ଜଗତସିଂହପୁର ସାଂସଦ ଡଃ ରାଜଶ୍ରୀ ମଲ୍ଲିକ ମୁଖ୍ୟଅତିଥିଭାବେ ଭାବେ ଯୋଗଦେଇ ଶିକ୍ଷା ହେଉଛି ମନୁଷ୍ୟ ମଧ୍ୟରେ ଥିବା ଅଜ୍ଞାନତାର ପରିପ୍ରକାଶ । ପିଲାମାନଙ୍କ ମଧ୍ୟରେ ଆଧ୍ୟାତ୍ମିକତା ଓ ନୈତିକ ଶିକ୍ଷା ନ ରହିଲେ ସେମାନେ ପଥଭ୍ରଷ୍ଟ ହେବେ । ଏଣୁ ଏହାକୁ ଧ୍ୟାନରେ ରଖି ଶିଶୁ ବିକାଶ ସମିତି ଦ୍ୱାରା ପାଠ୍ୟଖସଡା ଆଧ୍ୟାତ୍ମିକତା ଓ ନୈତିକ ଶିକ୍ଷାକୁ ଅନୁସରଣ କରି ପ୍ରସ୍ତୁତ କରାଯାଇଛି ଏବଂ ଏହି ଶିକ୍ଷା ପ୍ରଣାଳୀ ଦ୍ୱାରା ଶିଶୁ ବିଦ୍ୟମନ୍ଦିରର ପିଲାମାନେ ଶିକ୍ଷାରେ ଆଗୁଆ ଅଛନ୍ତି ବୋଲି ଉଚ୍ଚ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ନାନିତ ଅତିଥିଭାବେ ତିର୍ତ୍ତୋଲ ବିଧାନସଭା ବିଜେଡି ପ୍ରାର୍ଥୀ ରମାକାନ୍ତ ଭୋଇ ,ବିରିଡି ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ପ୍ରମୁଖ ଯୋଗଦେଇଥିଲେ । ଶେଷରେ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟଅତିଥି ଡ଼ଃ ରାଜଶ୍ରୀ ମଲ୍ଲିକ ମାନପତ୍ର ଦେଇ ପୁରସ୍କୃତ କରିଥିଲେ ଓ ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *