ପୁରୀରେ ଅଲ ଓଡିଶା ବସ ମାଲିକ ସଂଘର ବାର୍ଷିକ କାର୍ଯ୍ୟକାରିଣୀ ବୈଠକ

ପୁରୀରେ ଅନୁଷ୍ଠିତ ALL ODISHA BUS OWNER ASSOCIATIONର ବାର୍ଷିକ କାର୍ଯ୍ଯାକାରିଣୀ ସମ୍ମିଳନୀରେ ଯୋଗ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ବୈଠକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ସାମିଲ ହୋଇଥିଲେ। ଆଜି ALL ODISHA BUS OWNER ASSOCIATIONର ନିର୍ବାଚନ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। ବୈଠକରେ ବସ୍ ଚାଳକ,କର୍ମଚାରୀ ଓ ମାଲିକ ମାନଙ୍କ ସମସ୍ୟାର ବିଭିନ୍ନ ଦିଗକୁ ନେଇ ମାନସ ମନ୍ଥନ ହୋଇଛି। ବସ୍ ଗୁଡିକର ଆଗାମୀ ଦିନରେ କିଛି ଅସୁବିଧା କିଭଳି ନ ହେବ ସେଥିପାଇଁ ATS ବ୍ୟବସ୍ଥା ଲାଗୁ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ଲକ୍ଷ୍ମୀ ବସ୍ ମଧ୍ୟ ଦୀର୍ଘବର୍ଷ ହେବ ଓଡିଶାର ଜନସାଧାରଣଙ୍କୁ ସେବା ଯୋଗାଉଛି। ଏଵେ ଲକ୍ଷ୍ମୀ ବସ୍ ମେଡିକାଲ୍,, ଶିକ୍ଷା,,ବ୍ୟବସାୟ ଇତ୍ୟାଦି ପାଇଁ ପରିବହନ ସେବା ଯୋଗାଉଥିବା ମନ୍ତ୍ରୀ କହିଛନ୍ତି। ଆମ ବସ୍ ଲଗାତାର କିଛିଦିନ ହେବ ଦୁର୍ଘଟଣା ଘଟାଉଥିବା ବେଳେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ମଧ୍ୟ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ କହିଛନ୍ତି କେବଳ ଆମ ବସ୍ ନୁହେଁ ବରଂ ଯେକୌଣସି ବସ୍ ବେପରୁଆ ଚାଳନା ଉପରେ ଅଙ୍କୁଶ ଲାଗିଛି। ଡ୍ରାଇଭର ବେପରୁଆ ଭାଵେ ଗାଡି ଚାଳନା କଲେ ବସ୍ ର ଲାଇସେନ୍ସ ଵାତିଲ୍ ହେବାସହ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଥିବା ମନ୍ତ୍ରୀ କହିଛନ୍ତି। ସେପଟେ ଖୁବଶୀଘ୍ର ବସ୍,,ଅଟୋ ମାନଙ୍କରେ ରେଟ୍ ଚାଟ୍ ଲଗାଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି। ଅନ୍ୟପଟେ ବୈଠକ ପରେ ପରିବହନ ମନ୍ତ୍ରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଥିଲେ |ବାଇଟ୍- ବିଭୂତି ଭୂଷଣ ଜେନା,,ପରିବହନ ମନ୍ତ୍ରୀ l

Leave a Reply

Your email address will not be published. Required fields are marked *