ଶିଶୁ ମନ୍ଦିରରେ ବାର୍ଷିକ ଉତ୍ସବ ପାଳିତ।
ବ୍ରହ୍ମପୁର /ଚିକିଟି, 14/2 : ବ୍ରହ୍ମପୁର,ପୁରୁଣା ବ୍ରହ୍ମପୁର ସାହି ନିକଟ ,ମାଳୁଆଣି ମନ୍ଦିର ପାଖରେ ଥିବା ମା ସରସ୍ୱତୀ ଶିଶୁମନ୍ଦିରର ୧୭ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ବିଦ୍ୟାଳୟର ଉପସଭାପତି ତଥା ସାମ୍ବାଦିକ ଅନିଲ କୁମାର ଚୌଧୁରୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ବେହେରା ମୁଖ୍ୟ ଅତିଥି, ବରିଷ୍ଠ ଶିକ୍ଷାବିତ ତଥା ଶିକ୍ଷା ଜଗତର ଭୀଷ୍ମ ପିତାମହ ଦେବିପ୍ରସାଦ ସାହୁ ମୁଖ୍ୟ ବକ୍ତା ଭାବେ ଓ ଅନ୍ୟାନ୍ୟ ଅତିଥି ଭାବେ ବରିଷ୍ଠ ସମାଜସେବୀ ପି ଧର୍ମା ରାଓ, ୱାର୍ଡ ନମ୍ବର ୯ କର୍ପୋରେଟର ତଥା ଆଇନଜୀବୀ ସନ୍ତୋଷ କୁମାର ସେଠୀ,ସି ଆର ସି ସି ଅନୁଜ କୁମାର ପ୍ରଧାନ ଓ ବାଙ୍କ ପ୍ରଧାନ ସହ ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟସେନ ପ୍ରଧାନ ଓ ନିଗମାନନ୍ଦ ପଣ୍ଡା, ସ୍ଵଶକ୍ତି ଜଗାରଣ ସେବା ସଂସ୍ଥାନର ବରିଷ୍ଠ ସଦସ୍ୟ ସନ୍ତୋଷ କୁମାର ମହାନ୍ତି,ଯୁବ ଆଇନଜୀବୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ସମାଜସେବୀ ବିଷ୍ଣୁ ପ୍ରସାଦ ତ୍ରିପାଠୀ, ବିଦ୍ୟାଳୟ ସଂପାଦକ ତଥା ସାମ୍ବାଦିକ ରମେଶ ଚନ୍ଦ୍ର ବେହେରା ଅତିଥି ଭାବେ ଯୋଗ ଦେଇ ଠାକୁରଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ।ସାମ୍ବାଦିକ ଉଦଘୋଷକ ତଥା ଅଧ୍ୟାପକ ସରୋଜ କୁମାର ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ବିଦ୍ୟାଳୟ ତରଫରୁ ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ ସହ ବହୁ ସାମ୍ବାଦିକ ଓ ସମାଜସେବୀଙ୍କୁ ସମ୍ମାନିତ ଅତିଥି ମାନେ କରିଥିଲେ। କୁନିକୁନି ପିଲାଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ମନମୁଗ୍ଧକର ଓ ଆକର୍ଷଣୀୟ ଥିଲା। ଏଥିରେ ବିଦ୍ୟାଳୟର ସମସ୍ତ ଗୁରୁମା ଓ ଅଭିଭାବକ ଉପସ୍ଥିତ ଥିଲେ।
