ପୁରୀ ଜିଲ୍ଲା ଶୌଣ୍ଡିକ ସମାଜ ପକ୍ଷରୁ ବାର୍ଷିକ ଉତ୍ସବ

-ପୁରୀ କୋଣାର୍କ ବେଳାମାର୍ଗରେ ଅବସ୍ଥିତ ମା ରାମଚଣ୍ଡୀ ପୀଠରେ ନିଖିଳ ଓଡିଶା ଶୌଣ୍ଡିକ ସମାଜ ସହଯୋଗରେ ପୁରୀ ଜିଲ୍ଲା ଶୌଣ୍ଡିକ ସମାଜ ପକ୍ଷରୁ ବାର୍ଷିକ ଉତ୍ସବ ବୁଧବାର ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଳାର ସାତବିଷ ମଣ୍ଡଳର ସୁଣ୍ଡି ସମାଜ ପରିବାରକୁ ନେଇ ବନ୍ଧୁ ମିଳନ ସହ ବାର୍ଷିକ ଉତ୍ସବ ଆୟୋଜିତ ହୋଇଥିଲା।

ଏହି ଉତ୍ସବରେ ଅତିଥି ଭାବେ ରାଜ୍ୟ ଶୁଣ୍ଡି ସମାଜ ସଭାପତି ବିକ୍ରମ କେଶରୀ ସାହୁ, ବରିଷ୍ଠ ସଦସ୍ୟ ତଥା ପୂର୍ବତନ ସମ୍ପାଦକ ଭରତ ମଣ୍ଡଳ, ବସନ୍ତ କୁମାର ସାହୁ, ରାଜ୍ୟ ଯୁବ ସମ୍ପାଦକ ମଙ୍ଗରାଜ ସାହୁ, ଜିଲ୍ଲା ସଭାପତି ଗୋପବନ୍ଧୁ ସାହୁ, ପ୍ରମୁଖ ଯୋଗଦେଇ ନିଜ ନିଜ ଜାତିର ମଙ୍ଗଳ କାମନା ସହ କିପରି ସଂଗଠନ ସୁଦୃଢ଼, ଏକତା, ଜାତିଗତ ବିବାହ ସମସ୍ୟା ସମାଧାନ ଓ ଉନ୍ନତି ହେଇପାରିବ ସେଥିପାଇଁ ସମସ୍ତ ଜାତି ଭାଈ ମାନେ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ପୁରୀ ସହରରେ ଜାତି ଭାଇଙ୍କ ପକ୍ଷରୁ ଜମି ଗ୍ରହଣ କରି ଏକ ଧର୍ମଶାଳା ନିର୍ମାଣ କରିବାକୁ ଶୁଣ୍ଡି ସମାଜ ପକ୍ଷରୁ ପ୍ରୟାସ ଜାରି ରହିବ ବୋଲି ଜିଲ୍ଳା ସଭାପତି ସୁଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *