ସତ୍ୟଭାମା ସାରସ୍ୱତ ଅନୁଷ୍ଠାନର ୨ୟ ବାର୍ଷିକୋତ୍ସବ
ଡେଲାଙ୍ଗ, ୮/୫, ସତ୍ୟବାଦୀର ପ୍ରସିଦ୍ଧ ଶୈବକ୍ଷେତ୍ର ବରାଳ ନିବାସୀ ସୁସାହିତ୍ୟିକ, ଗବେଷକ ଗାୟକ ଜ୍ଞାନସାଗର ଗୁରୁ ସଚ୍ଚିଦାନନ୍ଦ ମହାପାତ୍ରଙ୍କ ଧର୍ମପତ୍ନୀ ସ୍ଵର୍ଗୀୟା ସତ୍ୟଭାମା ମହାପାତ୍ରଙ୍କ ସ୍ମୃତିରେ ସ୍ଥାପିତ ସତ୍ୟଭାମା ସାରସ୍ଵତ ଅନୁଷ୍ଠାନର ୨ୟ ବାର୍ଷିକୋତ୍ସବ ଆଜି ଅନୁଷ୍ଠିତ ହୋଇଯାଇଅଛି।ସ୍ଵର୍ଗୀୟା ଶ୍ରୀମତୀ ମହାପାତ୍ରଙ୍କ ସୁଯୋଗ୍ୟ ପୁତ୍ର ବିଶିଷ୍ଟ ସାହିତ୍ୟିକ, ଗବେଷକ, ବାସ୍ତୁ ତଥା ଜ୍ୟୋତିଷ ବିଶାରଦ ସତ୍ୟଭାମା ସାରସ୍ଵତ ଅନୁଷ୍ଠାନର ସଂପାଦକ ଡ଼ଃ ଦେବୀ ପ୍ରସାଦ ମହାପାତ୍ରଙ୍କ ଉଦ୍ୟମରେ ଆୟୋଜିତ ଏହି ସ୍ମୃତି ସମାରୋହରେ ପ୍ରଖ୍ୟାତ ସାହିତ୍ୟିକ ପ୍ରାଧ୍ୟାପକ କୈଳାସ ଚନ୍ଦ୍ର ଟିକାୟତରାୟ ସଭାପତିତ୍ଵ କରିଥିଲେ।ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁନୀଲ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ, କବି ତଥା ସାହିତ୍ୟ ପତ୍ରିକା ପ୍ରିୟପତ୍ରର ସଂପାଦକ ବିପିନ ଦଳେଇ ଓ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ ଯୋଗଦେଇ ଥିଲେ।ସମାରୋହରେ ସ୍ଵର୍ଗୀୟା ମହାପାତ୍ରଙ୍କ ସ୍ମୃତି ସ୍ମରଣିକା ‘ସତ୍ୟଭାମା’ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା।ପରେ ପରେ ଏକ ମନୋଜ୍ଞ ରାଜ୍ୟସ୍ତରୀୟ କବିତା ଆସର ଅନୁଷ୍ଠିତ ହୋଇଥିଲା।ରାଜ୍ୟର କୋଣ ଅନୁକୋଣରେ ଲବ୍ଧପ୍ରତିଷ୍ଠ କବି କବୟିତ୍ରୀ ମାନେ ବୋଉ/ମା ଆଧାରିତ ସ୍ଵରଚିତ କବିତା ପାଠ କରିଥିଲେ।ରାଜ୍ୟର ଆଗଧାଡିର ଯୁବା କବୟିତ୍ରୀ ସର୍ବାଣୀ ଦାସ ଏବଂ ପାଲା ଗାୟକ ତଥା କବି ବିଜୟ ପଟ୍ଟନାୟକ କବିତା ଆସର ସଂଯୋଜନା କରିଥିଲେ।ଦେବୀପ୍ରସାଦ ମହାପାତ୍ର ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିବା ସହ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।ସତ୍ୟବାଦୀ ବ୍ଲକ କଳାସଂସ୍କୃତି ସଂଘ ଉପସଭାପତି ରମେଶ ଚନ୍ଦ୍ର ପଲେଇ ଙ୍କ ସଂଯୋଜନାରେ ଉତ୍ସବଟି ଅତି ସରସସୁନ୍ଦର ଓ ଉପଭୋଗ୍ୟ ହୋଇଥିଲା।ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପ୍ରତାପ ପ୍ରଧାନ, ହେମେନ୍ଦ୍ରନାଥ ପଟ୍ଟନାୟକ ଓ ସଦାଶିବ ବରାଳ ପ୍ରମୁଖ ଆୟୋଜନରେ ସହାୟତା କରିଥିଲେ।
