ଭେଟଖୋଲ ଆବାସିକ,ସ୍ଥାପିତର ୬୧ ପରେ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ
କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଭେଟଖୋଲ ଆବାସିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମେହେର ଙ୍କ ତତ୍ତ୍ଵାବ ଧାନରେ ବାର୍ଷିକ ଉତ୍ସବ ପାଳନ ହୋଇଯାଇଅଛି। ଏହି ବାର୍ଷିକ ଉତ୍ସବରେ ମୂଖ୍ୟ ଅତିଥିଭାବେ ସୁଡ୍ରେଜୁ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କନ୍ଧମାଳ ଜିଲ୍ଲା ସମିତିସଭ୍ୟ/ସଭ୍ୟା ମହାସଂଘ ସଭାପତି ବୈଦ୍ୟନାଥ ବେହେରା, ମୂଖ୍ୟ ବକ୍ତଭାବେ ନାଏବ ସରପଞ୍ଚ ଗଣେଶ କୁମାର ପ୍ରଧାନ,ଏଭିଇଓ ନାରୁସୁ କହଁର,ସି.ଆର.ସି.ସି ଜୟନ୍ତୀ ଦିଗାଲ,ୱାର୍ଡ଼ସଭ୍ୟା ସୁମତି ରଣା, ବିଦ୍ୟାଳୟ କମିଟି ସଭାପତି ଯକ୍ଷ ରଣା,ପୂର୍ବତନ ସଭାପତି ମହୋନ କହଁର ପ୍ରମୁଖ ଉପସ୍ଥିତ ରହି ପ୍ରଭୂ ଅଗ୍ରେ ପୂଜକ ଜ୍ଞାନଦାତା ଗଣେଶ ଠାକୁର ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଏହାପରେ ଅତିଥି ମାନେ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ ଉପରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ବିଭିନ୍ନ ଦିଗ ଦର୍ଶନ ଦେଇ ଉଦବୋଧନ ଦେଇଥିଲେ। ଏହି ପରିପ୍ରେକ୍ଷୀରେ କ୍ରୀଡ଼ା ପ୍ରତିଯୋଗୀତା ରେ କୃତିତ୍ୱ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ମାନପତ୍ର ଓ ଟ୍ରଫି ଦ୍ୱାରା ପୁରକୃତ କରିଥିଲେ। ଏହାପରେ ବାର୍ଷିକ ଉପଲକ୍ଷେ ବିଭିନ୍ନ ନାଚ ଗୀତ ପରିବେଷଣ କରିଥିଲେ। ପ୍ରକାଶ ଥାଉକି ଏହି ବିଦ୍ୟାଳୟ ୧୯୬୪ ମସିହାରେ ସ୍ଥାପିତ ହେଇଥିବା ବେଳେ ୬୧ ବର୍ଷରେ ପଦାର୍ପଣ କରି ଏହା ପ୍ରଥମ ଥର ତାର ବାର୍ଷିକ ଉତ୍ସବ ପାଳନ କରିଛି। ବର୍ତ୍ତମାନ ୭୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୫ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି। କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ରଣା,ସସ୍ମିତା ବାହିନୀପତି,ବିଦୁଲତା କହଁର ଓ ମନୁହର ବେହେରା, ପ୍ରଶାନ୍ତ କୁମାର ପଣ୍ଡା,ବାସୁଦେବ ଦାସ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ବହୁ ଅଭିଭାବକ ମାନେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ। ଏନେଇ ବିଦ୍ୟାଳୟ ପରିବେଶ ଉତ୍ସବ ମୁଖର ହୋଇଥିଲା।
