ବିଦ୍ୱାନ ଗୁରୁକୂଳ ର ପ୍ରଥମ ବାର୍ଷିକ ଉତ୍ସବ
ବର୍ତ୍ତମାନ ଯୁବ ପିଢ଼ି ନିଟ ପରୀକ୍ଷାର୍ଥୀ ଙ୍କ ଭାଗ୍ୟ ନିର୍ମାଣ ସାଜି ଥିବା ଭଦ୍ରକ ବିଦ୍ୱାନ ଗୁରୁକୂଳ ପ୍ରଥମ ବାର୍ଷିକ ଉତ୍ସବ ସ୍ଥାନୀୟ ନରେନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ମୁଖ୍ୟ ଅତିଥି ଭାବେ ଓଡିଶାର ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ, ସମ୍ମାନୀୟ ଅତିଥି ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ସିଡିଏମଓ ସୁଧିର କୁମାର ନାୟକ ,ସମାଜ ସେବୀ ଅଶୋକ କୁମାର ପୁହାଣ, ଡାଇରେକ୍ଟର ମନୋରଞ୍ଜନ ରାଉତ ଫାଉଣ୍ଡର ମୃତ୍ୟୁଞୟ ମହାନ୍ତି, ଶକ୍ତି କାନ୍ତ ପଣ୍ଡା, ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିଥିଲେ। ଅତିଥି ବୃନ୍ଦ ଦୀପ ପ୍ରଜ୍ବଳନ କରାଯାଇଥିଲା ମନ୍ତ୍ର ଉଚ୍ଚାରଣ କରାଯାଇଥିଲା। ତାପରେ ଅତିଥି ମାନଙ୍କୁ ଫୁଲ ଗୁଛ ଉତ୍ତରୀ ଦେଇ ସ୍ବାଗତ କରାଯାଇଥିଲା। ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପିଲା ମାନଙ୍କ ଭବିଷ୍ୟତ ରେ କ’ଣ କରିବେ ବିଷୟରେ ଆଲୋକପାତ କରିଥିଲେ। ମାନ୍ୟବର ସାଂସଦ ଅଭିମନ୍ୟୁ ସେଠୀ ତାଙ୍କ ବକ୍ତବ୍ୟରେ କହିଥିଲେ ପିଲା ମାନେ କଠିନ ପରିଶ୍ରମ କଲେ ଫଳ ମିଳିଥାଏ। ପିଲା ମାନଙ୍କ ଭବିଷ୍ୟତ କଠିନ ରୁ କଠିନ ପରିଶ୍ରମ କରିବା ଆବଶ୍ୟକ। ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ବକ୍ତବ୍ୟ ରେ କହିଥିଲେ ପିଲା ମାନଙ୍କ ଭବିଷ୍ୟତ ମାଁ ,ବାପା, ଠାରୁ ଆରମ୍ଭ ହୋଇଥାଏ। ସଂସ୍କାର ବ୍ୟବସ୍ଥା କଠୋର ହେଲେ ପିଲା ମାନଙ୍କ ଭବିଷ୍ୟତ ସୁନ୍ଦର ଭାବେ ଗଢି ଉଠିବ। ସମସ୍ତ ବିଷୟ ରେ ଆଲୋକପାତ କରିଥିଲେ। ବିଦ୍ୱାନ ଗୁରୁକୂଳ ର ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଯେଉଁ ମାନେ ଅଧିକ ନମ୍ବର ରଖିଥିଲେ। ସେମାନଙ୍କୁ ଚେକ୍ ମାଧ୍ୟମ ରେ ପୁରସ୍କୃତ କରାଯାଇଥିଲା।
