ବନ୍ତିଲୋ ଶ୍ରୀ ଜଗନ୍ନାଥ ନୋଡ଼ାଲ ସ୍କୁଲ୍ ବାର୍ଷିକ ଉତ୍ସବ

ଅସ୍ତରଙ୍ଗ,୨୯.୦୩()-ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ କୋରଣା ପଞ୍ଚାୟତ ବନ୍ତିଲୋ ଗ୍ରାମରେ ଥିବା ପିଏମଶ୍ରୀ ସରକାରୀ ଶ୍ରୀ ଜଗନ୍ନାଥ ନୋଡ଼ାଲ ସ୍କୁଲ୍ ପକ୍ଷରୁ ବାର୍ଷିକ ଉତ୍ସବ ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ନାରାୟଣ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ଅବସରପ୍ରାପ୍ତ ୟୁକୋ ବ୍ୟାଙ୍କ ପ୍ରବନ୍ଧକ ପ୍ରମୋଦ କୁମାର ନାୟକ, ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପରିଡ଼ା, ସରପଞ୍ଚ ମଧୁସ୍ମିତା କାଣ୍ଡି, ଶିକ୍ଷାବିତ୍ ସନ୍ତୋଷ କୁମାର ପରିଡ଼ା, ଦ୍ଵିଜବର କାପ, ବିପିନ କୁମାର ମହାନ୍ତି, ଗ୍ରାମ ସଭାପତି ପ୍ରଫୁଲ୍ଲ ପରିଡ଼ା, ବିଦ୍ୟାଳୟ ସଭାପତି ବୀଣାପାଣି ରାଉତ, ସିଆରସିସି ଦୁର୍ଯ୍ୟୋଧନ ନାୟକ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ଭାବେ ଅଧ୍ୟୟନ ସହ ନୈତିକ ଶିକ୍ଷା, ନୃତ୍ୟ, ସଙ୍ଗୀତ ଓ କ୍ରୀଡ଼ା ଉପରେ ଧ୍ୟାନ ଦେଈ ଦକ୍ଷତା ବଢ଼ାଇବା ପାଇଁ ଆହ୍ବାନ ଦେଇଥିଲେ। ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପରିଡ଼ା ବାର୍ଷିକ ବିବରଣୀ ପଠନ କରିବା ସହ ବିଦ୍ୟାଳୟରୁ ସଫଳତା ଉପରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା। ବିଭିନ୍ନ ବର୍ଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହି ଉତ୍ସବରେ ଛାତ୍ର ଛାତ୍ରୀ ମାନଙ୍କ ସହ ଶତାଧିକ ଅଭିଭାବକ ମାନେ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ। ଉତ୍ସବକୁ ଶିକ୍ଷକ କୃଷ୍ଣଚନ୍ଦ୍ର ନାୟକ, ସୁର୍ଯ୍ୟ ନାରାୟଣ ମହାରଣା, ଲକ୍ଷ୍ମୀଧର ପ୍ରଧାନ, ଶିକ୍ଷୟତ୍ରୀ ବନିତା ରାଉତ, ସୁଜାତା ନାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଅଭିଭାବକ ମାନେ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *