ଜୟପ୍ରକାଶ ଶିକ୍ଷାନିକେତନ ଓ ଚର୍ଚ୍ଚିକାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ
।ରଘୁନାଥପୁର:-22/01ରଘୁନାଥପୁର ବ୍ଲକ ତଂଅରା ପଞ୍ଚାୟତ ରାମଚନ୍ଦ୍ରପୁର ସ୍ଥିତ ଜୟପ୍ରକାଶ ଶିକ୍ଷାନିକେତନ ଓ ଚର୍ଚ୍ଚିକାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଇଂ ବାବାଜୀ ଚରଣ ଜେନାଙ୍କ ପୌରହିତ୍ୟରେ ଆୟୋଜିତ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ ତିର୍ତ୍ତୋଲ ବିଧାୟକ ଡ ରମାକାନ୍ତ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ଶିକ୍ଷା ସମ୍ବନ୍ଧୀୟ ଦିଗଦର୍ଶନ ଦେବା ସହ ମୋ ସମ୍ମୁଖରେ ବସିଥିବା ପ୍ରତ୍ୟେକ ଛାତ୍ରୀଛାତ୍ର ଆଗାମୀ ଭବିଷ୍ୟତର ଆଲୋକ ବର୍ତ୍ତିକା ବୋଲି ମତବ୍ୟକ୍ତ କରିଥିଲେ। ସେହିପରି ଓଡିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଗାମୀ ଓଡିଶାର ସଭାପତି ବିଜୟ କୁମାର ସ୍ବାଇଁ ମୁଖ୍ୟବକ୍ତା ଭାବେ ଯୋଗଦେଇ ମାତାପିତା ଓ ଗୁରୁଙ୍କ ନିକଟରେ ସର୍ବଦା ନମସ୍ୟ ହେବାପାଇଁ ଉପଦେଶ ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ବେହେରା ଓ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ବିଶ୍ଵ ଓଡିଆ ଭାଷା ସାହିତ୍ୟ ଅନୁଷ୍ଠାନର ସଭାପତି ଡ ସୁରେନ୍ଦ୍ରନାଥ ମହାପାତ୍ର, ଶିକ୍ଷାବିତ ତଥା ବିଦ୍ୟାଳୟ ପ୍ରତିଷ୍ଠାତା ସମ୍ପାଦକ ଯଦୁନାଥ ଜେନା, ଜିଲ୍ଲାପରିଷଦ ସଭ୍ୟା ଇତିଶ୍ରୀ ମଲ୍ଲିକ, ସ୍ଥାନୀୟ ସରପଞ୍ଚ ବଟକୃଷ୍ଣ ନାୟକ ଓ ସମିତି ସଭ୍ୟା ଶାନ୍ତିଲତା ଦ୍ୱିବେଦୀ ଓ ରେଢୁଆ ସରପଞ୍ଚ କିଶୋର ଚନ୍ଦ୍ର ବେହେରା ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ଭିତ୍ତିକ ଦିଗଦର୍ଶନ ଦେଇଥିଲେ। ପ୍ରଧାନଶିକ୍ଷକ ରଞ୍ଜନ କୁମାର ମିଶ୍ର ବାର୍ଷିକ ବିବରଣୀ ପଠନ କରି ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶିକ୍ଷକ ପବିତ୍ର କୁମାର ସ୍ଵାଇଁ ଅତିଥି ପରିଚୟ ଓ ସୁଧୀର କୁମାର ସାହାଣୀ ଧନ୍ୟବାଦ ଦେଇଥିଲେ। ଏଥିରେ ସୁଧୀର କୁମାର ନାୟକ, ବିଷ୍ଣୁଚନ୍ଦ୍ର କର, କ୍ରୀଡ଼ା ଶିକ୍ଷକ ବିଷ୍ନୁ ଚରଣ କର,ବନ୍ଦନା ନାୟକ ଓ ବୀଣାପାଣି ବେହେରାଙ୍କ ସହ ଉଭୟ ସ୍କୁଲର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ।ଏହି ଅବସରରେ କ୍ରୀଡା ସହ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା କୃତୀ ଛାତ୍ରୀଛାତ୍ରଙ୍କୁ ଅତିଥିଙ୍କ ପକ୍ଷରୁ ପୁରସ୍କୃତ ଓ ମାନପତ୍ର ପ୍ରଦାନ କରାଯାଇଥିଲା।ସାମ୍ବାଦିକ ରାଜେନ୍ଦ୍ର ନାରାୟଣ ସିଂହ,ପ୍ରକାଶ ଚନ୍ଦ୍ର ବାରିକ,ଉମାକାନ୍ତ ଦାସ,ମଳୟ କୁମାର ପାଣିଙ୍କୁ ବିଧାୟକ ସମ୍ଵର୍ଦ୍ଧିତ କରିଥିଲେ. ପରେ ପିଲାମାନଙ୍କ ଦ୍ଵରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥଲା।
ଜଗତ୍ସିଂହପୁର ଜିଲ୍ଲା ମଳୟ କୁମାର ପାଣିଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ନିୟୁଜ।
