ଜୀବନ ଜ୍ୟୋତି ମହାବିଦ୍ୟାଳୟ ଠାରେ 38 ତମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ
କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସର ରେ ଚଳିତ ବର୍ଷର 38 ତମ ବାର୍ଷିକ ଉତ୍ସବ ପ୍ରଧ୍ୟାପକ ପ୍ରଭାକର ରାଜୁ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇ ଯାଇଅଛି। ମୁଖ୍ୟଅତିଥି ଭାବେ କନ୍ଧମାଳ ସାଂସଦ ଶ୍ରୀ ଯୁକ୍ତ ସୁକାନ୍ତ ପାଣିଗ୍ରାହୀ ,ମୁଖ୍ୟ ବକ୍ତା ଭାବେ ଘୁ. ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ , ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ଦୁର୍ଗା ମାଧବ ଆଚାର୍ଯ୍ୟ, PAITDA କନିଷ୍ଠ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଅଧ୍ୟାପକ ଉମାକାନ୍ତ ରଥ ମଞ୍ଚାସିନ ରହିଥିଲେ। ମୁଖ୍ୟ ଅତିଥି ଓ ମଞ୍ଚାସୀନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସ୍ବାଗତ କରାଯିବା ପରେ ସାଂସଦ ଶ୍ରୀ ଯୁକ୍ତ ସୁକାନ୍ତ ପାଣିଗ୍ରାହୀ ଙ୍କ କର କମଳ ରେ ପଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ମହାବିଦ୍ୟାଳୟ ର ପ୍ରଧ୍ୟାପକ ପ୍ରଭାକର ରାଜୁ ବାର୍ଷିକ ବିବରଣୀ ପଠନ କରିଥିଲେ l ମୁଖ୍ୟ ବକ୍ତା ବିଧାୟକ ପ୍ରଫୁଲ୍ଲ ପ୍ରଧାନ ସମାଜ ରେ ଶିକ୍ଷା ର ଭୂମିକା କିଭଳି ଗୁରୁତ୍ୱପୂର୍ଣ୍ଣ ତାହା ଉପରେ ନିଜ ଅଭିଭାଷଣ ମାଧ୍ୟମ ରେ ବାର୍ତ୍ତା ପ୍ରଦାନ କରିଥିଲେ। ତତ୍ ସହିତ ମୁଖ୍ୟଅତିଥି ସାଂସଦ ଶ୍ରୀ ଯୁକ୍ତ ସୁକାନ୍ତ ପାଣିଗ୍ରାହୀ ନିଜ ଅଭିଭାଷଣ ରେ ଛାତ୍ର ଛାତ୍ରୀ ମାନେ ନିଜର ଉଜ୍ଜ୍ବଳ ଭବିଷ୍ୟତ ଗଢ଼ିବାକୁ ହେଲେ ଶିକ୍ଷା ପ୍ରତି ଗୁରୁତ୍ବ ଦେବା ସହିତ ସମାଜ ର ମଙ୍ଗଳ ସକାଶେ କାର୍ଯ୍ୟ କରିବା ନିତାନ୍ତ ଆବଶ୍ୟକ ବୋଲି କହିଥିଲେ l ମହାବିଦ୍ୟାଳୟ ରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା । ଅପରାହ୍ନରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାର ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପିକା ମଞ୍ଜୁଳା ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ସମୟ ରେ ପରିଚାଳନା ଦାୟିତ୍ବରେ ଥିବା ବେଣୁଧର ମହାପାତ୍ର ମଞ୍ଚାସିନ ଅତିଥି ମାନଙ୍କ ସମେତ ଉପସ୍ଥିତ ଛାତ୍ର ଛାତ୍ରୀ ଓ ସମସ୍ତ ବର୍ଗର ବ୍ୟକ୍ତି ବିଶେଷ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
