ଝାଡ଼ପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଝାଡ଼ପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ଜଟଣୀ ତା୨୪.୨.୨୦୨୫ ଆଜି ଜଟଣୀ ନିକଟସ୍ଥ ଡେଲାଙ୍ଗ ମଣ୍ଡଳର ଝାଡପଡ଼ା ସରକାରୀ ପ୍ରକଳ୍ପ ଉ ପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଡେଲାଙ୍ଗ ଗୋଷ୍ଠୀ ସହ ଶିକ୍ଷାଧିକାରୀ ଶ୍ରୀ ଲକ୍ଷ୍ମଣ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଡେଲାଙ୍ଗ ମଣ୍ଡଳ ପ୍ରାଥମିକ ଶିକ୍ଷକ ସଂଘର ପ୍ରାକ୍ତନ ସଭାପତି ଶ୍ରୀ ଦୁର୍ଯ୍ୟୋଧନ ସାହୁ କାର୍ଯକ୍ରମ ସଂଯୋଜନା କରିଥିଲେ। ପ୍ରଧାନଶିକ୍ଷକ ଶ୍ରୀ ପ୍ରଭାକର ସେଠୀ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିବାବେଳେ ଶିକ୍ଷକ ଶ୍ରୀ ଗୋପାଳ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏହି ବିଦ୍ୟାଳୟର ୬୦ ବର୍ଷ ପୂର୍ତ୍ତୀ ଅବସରରେ ବିଦ୍ୟାଳୟର ବିଗତ ଦିନର ସମସ୍ତ ପ୍ରଧାନ ଶିକ୍ଷକ, ଶ୍ରୀ ଭାଗିରଥି ବାରିକ ,ଶରତ କୁମାର ଜେନା , ସନ୍ତୋଷ କୁମାର ରଥ ଓ ପୂର୍ବତନ ଶିକ୍ଷକ ମାନଙ୍କୁ ଏବଂ ବିଦ୍ୟାଳୟ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ପରିଚାଳନା କମିଟିର ଅଧ୍ୟକ୍ଷ/ ଅଧ୍ୟକ୍ଷା ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବାର୍ଷିକ କ୍ରୀଡା ଉତ୍ସବରେ ବିଜୟୀ ପ୍ରତିଯୋଗୀ ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ଓ ପୁରସ୍କାର ଅତିଥିମାନଙ୍କ ଦ୍ୱାରା ବିତରଣ କରାଯାଇଥିଲା। ପରିଚାଳନା କମିଟିର ଅଧ୍ୟକ୍ଷା ଶ୍ରୀମତୀ ତଅପୋଇ ସୁନ୍ଦରାୟ ଓ ସକ୍ରିୟ ସଦସ୍ୟା ସ୍ୱିକୃତି ସାହୁ, ନାଲୁ ସାହୁ ଶିକ୍ଷାର୍ଥୀ ମାନଙ୍କୁ ପ୍ରେରଣାଦାୟୀ ଉଦବୋଧନ ଦେଇଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା I
ଜଟଣୀରୁ ସ୍ଵତନ୍ତ୍ର ପ୍ରତିନିଧି ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।
