ଲହଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

ଲହଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର କାଶୀପୁର ଗ୍ରାମ ପଞ୍ଚାୟତ ର ଲହଡ଼ା ଗ୍ରାମ ର ଗାରିମା ବ୍ରୋଞ୍ଜ, ଗାରିମା ସିଲିଭର, ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ଲହଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଲହଡ଼ା ଗ୍ରାମ ସଭାପତି ଶରତ ଚନ୍ଦ୍ର ଧଳ ଙ୍କ ଅଧ୍ୟକ୍ଷତାରେ ଡିସେମ୍ବର ମାସ ଅଠର ତାରିଖ ଅପରାହ୍ନ ରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ଓ ବିଶିଷ୍ଟ ପରିବେଶବିତ୍ ବିଜୟ କୁମାର ସାମନ୍ତ, ମୁଖ୍ୟ ବକ୍ତା ଭାବେ ସୁ ସାହିତ୍ୟିକ ଓ କବି ବୀରକିଶୋର ନାୟକ , ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ପରିଚାଳନା ପରିଷଦ ସଭାପତି ବେଣୁଧର ଧଳ, ଗଗନ ବିହାରୀ ସାହୁ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ସାହୁ, ସଞ୍ଜୟ କୁମାର ସାମନ୍ତ, ଶିକ୍ଷାବିତ୍ ଭରତ ଚନ୍ଦ୍ର ବାରିକ, ପରିଚାଳନା ପରିଷଦ ସଭାପତି ବନଜା ସାହୁ,ସିଆରସିସି ବିଜୟ କୁମାର ବାନରା, ରାଜ୍ୟ ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ହରିହର ସାହୁ ଉପସ୍ଥିତ ହୋଇ ଉଦ୍ ବୋଧନ ଦେଇଥିଲେ ଓ ଛାତ୍ର ଛାତ୍ରୀମାନ‌ଙ୍କୁ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରିଥିଲେ। ଶିକ୍ଷକ ସନ୍ତୋଷ କୁମାର ଖୁଣ୍ଟିଆ ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟ ର ଶିକ୍ଷକ ଦିନେଶ କୁମାର ବେହେରା ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ସଞ୍ଜୟ କୁମାର ଦାସ ସହଯୋଗ କରିଥିଲେ। ବିଦ୍ୟାଳୟ ର ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀମାନ‌ଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ପରିଚାଳନା ପରିଷଦ ର ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *