ମୁକ୍ତେଶ୍ଵର ନୋଡାଲ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ଚିକିଟୀ : ସୋରଳ ମୁକ୍ତେଶ୍ଵର ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ଯାନୀଙ୍କ ଅଧ୍ୟକ୍ଷତାରେ ଏ ବର୍ଷର ବାର୍ଷିକ ଉତ୍ସବ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା, ବିଇଓ ପନ୍ନଗ ଭୂଷଣ ମାଝୀମୁଖ୍ୟ ବକ୍ତା , ସରପଞ୍ଚ ସସ୍ମିତା ସାହୁ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ତ୍ରିନାଥ ମଲ୍ଲିକ , ଅବସରପ୍ରାପ୍ତ ଏବିଇଓ ନିଗମାନନ୍ଦ ପଣ୍ଡା, , ସିଆରସିସି ଏ ଦମୟନ୍ତୀ, କଳବାଡ଼ ସିଆରସିସି ସୁଜିତ କୁମାର ପାଢ଼ୀ, ,ଧର୍ମରାଜ ବେହେରା, ସୁଶାନ୍ତ ପ୍ରଧାନ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦିଲେଶ୍ଵର ବେହେରା, ନାଇଡ଼ୁ ଡ଼ି ବଳରାମ ପ୍ରମୁଖ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ | ଉପସ୍ଥିତ ସମସ୍ତ ଅତିଥିଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା |

ବରେଣ୍ୟ ଅତିଥିମାନେ ବାର୍ଷିକ ଉତ୍ସବ ପାଳନର ସୁଦୂର ପ୍ରସାରୀ ପ୍ରଭାବ କିପରି ଶିକ୍ଷାର୍ଥୀଙ୍କ ସର୍ବାଙ୍ଗୀନ ବିକାଶରେ ସହାୟକ ହୋଇଥାଏ ତା’ ଉପରେ ଆଲୋକପାତ କରିଥିଲେ | ମଧ୍ୟାହ୍ନ ଭୋଜନ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା | ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଦକ୍ଷତା ପ୍ରଦର୍ଶନ କରିଥିବା ଶିକ୍ଷାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା | ଶିକ୍ଷକ ମନୋଜ କୁମାର ଗମାଙ୍ଗ ମଞ୍ଚ ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମରେ ସମସ୍ତ ଅଭିଭାବକ, ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *