ପୁରୁଣା ବଜାର ଶିଶୁ ମନ୍ଦିରର ବାର୍ଷିକ ଉତ୍ସବପିଲାଙ୍କୁ ଚାପ ମୁକ୍ତ ଶିକ୍ଷା ଦିଅ
ମଣିଷ ଗଢିବାର କାରଖାନା ହେଉଛି ଶିକ୍ଷାନୁଷ୍ଠାନ। ଶିକ୍ଷା ସହ ସଂସ୍କାର ଶିଖାଉଥିବା ଅନୁଷ୍ଠାନ ହେଉଛି ଶିଶୁ ମନ୍ଦିର। ମାର୍ଜିତ ଆଚାର ବ୍ୟହାର ସହ ଭଲ ମଣତଷ ହେବାକୁ ଏହି ଶିଶୁ ମନ୍ଦିର ଯେଉଁ ଶିକ୍ଷା ଦେଇଥାଏ, ତାହା ଅନ୍ୟ କେଉଁଠି ମିଳି ନ ଥାଏ ବୋଲି ଭଦ୍ରକ ବିଧାୟକ ସିତାଂଶୁ ସେଖର ମହାପାତ୍ର କହିଛନ୍ତି । ଭଦ୍ରକ ପୁରୁଣା ବଜାର ଶିଶୁ ମନ୍ଦିରର ୩୦ତମ ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ମହାପାତ୍ର ଯୋଗଦେଇଥିଲେ। ଏବେ ଚାପମୁକ୍ତ ଶିକ୍ଷା ପିଲାଙ୍କୁ ଶିଖାଇବାକୁ ଗୁରୁଜୀ-ଗୁରୁମାଙ୍କ ସମେତ ଅଭିଭାବକଙ୍କୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ସଭାପତି ସଭାପତି ବି ବିଜୟ କୁମାର । ଚିତ୍ତରଞ୍ଜନ ମହାପାତ୍ର ପାତ୍ର ବହଳିଙ୍କ ଅଧ୍ୟକ୍ଷତାରେ ମୁଖ୍ୟବକ୍ତାଯୋଗଦେଇ ଉତ୍ତମ ମଣିଷ ହେବାକୁ ପ୍ରତିଟି ଛାତ୍ରଛାତ୍ରୀଙ୍କୁ ସୁପରାମର୍ଶ ଦେଇଥିଲେ। ସମ୍ପାଦକ ଶିବ ଶଙ୍କର ଦାସ ଅତିଥିଙ୍କ ପରିଚୟ ଦେଇଥିବାବେଳେ ପ୍ରଧାନ ଆଚାର୍ଯ୍ୟ ରାଜକିଶୋର ଦାସ ସ୍ବାଗତ ଭାଷଣ ରଖିଥିଲେ । ଶକୁନ୍ତଳା ଦାସ ଧନ୍ୟବାଦ ଅର୍ବଣ କରିଥିଲେ। ପରେ ସ୍କୁଲ ପିଲାଙ୍କ ଦ୍ୱାରା ସୁନ୍ଦର ) ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
