ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ
ଢେ଼ଙ୍କାନାଳ ଜିଲ୍ଲାର କାମାକ୍ଷାନଗର ସନ୍ନିକଟ କାନପୁରା ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ‘ସଂକଳ୍ପ’ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା କମିଟି ସଭାପତି ସଞ୍ଜୟ କୁମାର ରାଉତଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଉଦ୍ଘାଟକ ଓ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ । ଉତ୍ସବର ନାମ ସଂକଳ୍ପ ରଖିଥିବାରୁ ଅତ୍ୟନ୍ତ ଆନନ୍ଦିତ ହେବା ସହ ଉକ୍ତ ବିଦ୍ୟାଳୟ ରେ ଥିବା ସମସ୍ତ ଶୈକ୍ଷିକ ସୁବିଧା କୁ ଉପଯୋଗ କରି ଜିଲ୍ଲା ରେ ବିଦ୍ୟାଳୟ ଟି ଶ୍ରେଷ୍ଟ ବିଦ୍ୟାଳୟ ର ମାନ୍ୟତା ପାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପଲଟିଛି ବୋଲି ମତପ୍ରକାଶ କରିଥିଲେ । ବିଶିଷ୍ଟ ଅତିଥି ରୂପେ ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ର ସି ଓ ରାଜଲଷ୍ମୀ ଦାଶ , ଢେଙ୍କାନାଳ ଜିଲ୍ଲା ଭାଜପା ର ଜିଲ୍ଲା ସଭାପତି ରାସ ବିହାରୀ ବେହେରା ଯୋଗଦେଇ ବିଦ୍ୟାଳୟ ର ଶୈକ୍ଷିକ ପରିବେଶ କୁ ପ୍ରସଂସା କରିଥିଲେ । ବିଦ୍ୟାଳୟ କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ଯେପରିକି ଏହା ରାଜ୍ୟରେ ଏକ ନମ୍ବର ବିଦ୍ୟାଳୟ ରୂପେ ପରିଗଣିତ ହୋଇପାରିବ ବୋଲି ଶ୍ରୀ ଜେନା ମତ ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ଭାବେ କାମାକ୍ଷାନଗର ବି ଡି ଓ ପ୍ରଭୂକଲ୍ୟାଣ ଦାସ , ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଜିତେନ୍ଦ୍ରିୟ ବିଶ୍ଵାଳ ,ଶିକ୍ଷାବିତ ଲୋକନାଥ ଷଡ଼ଙ୍ଗୀ , ଶିକ୍ଷାବିତ କୈଳାଶ ଚନ୍ଦ୍ର ପୃଷ୍ଟି , ଶିକ୍ଷାବିତ ଡକ୍ଟର ପ୍ରଫୁଲ୍ଲ କୁମାର ପାଣି , ବିଶିଷ୍ଟ ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ଦିନେଶ ଦାସ , ବ୍ଲକ ନୋଡାଲ ଅଧିକାରୀ ସୁରେନ୍ଦ୍ର କୁମାର ବେହେରା , ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ସଭାଗୃହଟି ଅତିଥିମାନଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା । । ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଶିକ୍ଷକ ନିରଞ୍ଜନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l
