କୋଣାର୍କ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବ ଅନୁଷ୍ଠିତ
କୋଣାର୍କ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ବାର୍ଷିକ ଉତ୍ସବ ଶନିବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ୨୦୧୪ ମସିହାରୁ ପ୍ରତିଷ୍ଠିତ ସରସ୍ଵତୀ ବିଦ୍ୟାମନ୍ଦିର ସଭାପତି ପ୍ରଫୁଲ୍ଲ କୁମାର ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ଗୋପ ବ୍ଲକ୍ ଉପାଧକ୍ଷ ବନ ରଞ୍ଜନ ପଟ୍ଟନାୟକ, ଏନଏସି ଅଧକ୍ଷା ସଂଯୁକ୍ତା ତ୍ରିପାଠୀ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷୟତ୍ରୀ ଡଃ ସ୍ଵର୍ଣ୍ଣଲତା ତ୍ରୀପାଠୀ, ଶିକ୍ଷାବିତ୍ ପ୍ରକାଶ ଚନ୍ଦ୍ର ଖଟୋଈ, ପ୍ରାଧ୍ୟାପକ ଶରତ ଚନ୍ଦ୍ର ପ୍ରଧାନ, ସମାଜସେବୀ ସଞ୍ଜୟ କୁମାର ବରାଳ, ଶିକ୍ଷାବିତ୍ ରାମକୃଷ୍ଣ ମହାନ୍ତି ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷା କିପରି ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳିତ କରିବ, ବ୍ୟକ୍ତିତ୍ଵ ଗଠନ କରିବ, ଦକ୍ଷତା ଓ ପାରଦର୍ଶିତା ଲାଭ କରିବ ସେ ସେଇ ଛାତ୍ର ଛାତ୍ରୀ ମାନଙ୍କୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ସମ୍ପାଦକ ପଞ୍ଚାନନ ବରାଳ ବାର୍ଷିକ ବିବରଣୀ ପଠନ କରିବା ସହ ବିଦ୍ୟାଳୟର କୃତିତ୍ୱ ଓ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ବିଦ୍ୟାଳୟର ପ୍ରମୁଖ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର, ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା। ପରେ ପରେ ବିଦ୍ୟାଳୟର କୁନା କୁନି ପିଲାଙ୍କ ଦ୍ଵାରା ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା, ଯାହା ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ମନୋରଞ୍ଜନ ଯୋଗାଇଥିଲା। ଉତ୍ସବକୁ ଶିକ୍ଷକ ପ୍ରତାପ ରାଉତ ସଂଯୋଜନା କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟା ମନୋରମା ନାୟକ ପରିଚାଳନା କରିଥିଲେ।
