ସତ୍ୟ ନରାୟଣ ଦେବଙ୍କ ବାର୍ଷିକ ପୂଜା ଉତ୍ସବ

ସତ୍ୟ ନରାୟଣ ଦେବଙ୍କ ବାର୍ଷିକ ପୂଜା ଉତ୍ସବ
ଯାଜପୁରଟାଉନ,୩୧/୩/୨୦୨୬୪ନି.ପ୍ର.): ପବିତ୍ର ରାମନବମୀ ଅବସରରେ ଯାଜପୁର ବ୍ଲକ ଚଇନପୁର(ଅଖାଘର ସାହି)ପୂଜା ମଣ୍ଡପରେ ପ୍ରଭୁ ଶ୍ରୀ ସତ୍ୟ ନାରାୟଣଙ୍କ ବାର୍ଷିକ ପୂଜା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ଆୟୋଜିତ ହୋଇଛି। ଏହି ଅବସରରେ ୭ ଦିନ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ୨୭ ତାରିଖ ରୁ ୨୯ ତାରିଖ ପର୍ଯ୍ୟନ୍ତ ଖ୍ୟାତନାମା ଗାୟକଙ୍କ ଦ୍ଵାରା ପାଲା ମହୋତ୍ସବ,୩୦ ତାରିଖରେ ଭକ୍ତି ଜ୍ଞାନମୃତ ପଣ୍ଡିତ ବୀରେନ୍ଦ୍ର କୁମାରପଣ୍ଡା,୩୧ ତାରିଖରେ ଭକ୍ତି କଥାମୃତ

ପ୍ରବଚନ ମନୋଜ କୁମାର ପ୍ରଧାନ, ଏପ୍ରିଲ୍ ୧ ତାରିଖ ଜୁନିୟର ଓ ସିନିୟର ପିଲାମାନଙ୍କୁ ନେଇ “ଆମେ ଖୋଜିବୁ ପ୍ରତିଭା” ନାମରେ ନୃତ୍ୟ ପ୍ରତିଯୋଗିତା,୨ ତାରିଖ ରାମ-କୃଷ୍ଣ ରାସ ଖୁବ୍ ଧୁମଧାମରେ କାର୍ଯ୍ୟସୂଚୀ ଅନୁଯାୟୀ ହୋଇ ଅଛି । ଏହି ପୂଜାକୁ ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଥିବା ବେଳେ ଶହଶହ ଶ୍ରଦ୍ଧାଳୁ ସାମିଲ ହୋଇ ଭକ୍ତମୟ ପରିବେଶ ସୃଷ୍ଟି ହୋଇଛି। ପୂଜା କମିଟିର ସଭାପତି ପ୍ରଦୀପ କୁମାର ସାହୁ, ସଂପାଦକ ବିମଳକାନ୍ତ ମିଶ୍ର,ଶ୍ୟାମସୁନ୍ଦର ସାହୁ,ଦେବାଶିଷ ସାହୁ, ପଙ୍କଜ ସାହୁ, ଆଲୋକ ମିଶ୍ର,ଭୀମସେନ ସାହୁ, ତୋଫାନ ମିଶ୍ର,ଜଳନ୍ଦର ସାହୁ ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି। ଏଥିରେ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା ବେଳେ ଏହି ଶତାୟୁ ଅନୁଷ୍ଠାନ ର ଦାୟିତ୍ବ ରେ ଥିବା ସ୍ଵର୍ଗତ ରବିନ୍ଦ୍ର କୁମାର ସାହୁ, ସୁରେନ୍ଦ୍ର ସାହୁ, ରାମଚନ୍ଦ୍ର ସାହୁ ଓ କମଳାକାନ୍ତ ମିଶ୍ରଙ୍କୁ ମରଣୋତ୍ତର ସମ୍ମାନ ରେ ସମ୍ମାନିତ କରାଯାଇଥିଲା.

Leave a Reply

Your email address will not be published. Required fields are marked *