ଉଦଳା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ବାର୍ଷିକ ଉତ୍ସବ
ଉଦଳା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ବାର୍ଷିକ ଉତ୍ସବ
ଶିକ୍ଷା ଓ ସଂସ୍କାର ଦ୍ୱାରା ସ୍ଵପ୍ନକୁ ସାକାର କରିବା ସମ୍ଭବ
ଉଦଳା ,ତା ୧୯/୧୨ : କପ୍ତି ପଦା ଉପଖଣ୍ଡର ନାରୀ ଶିକ୍ଷାର ଏନ୍ତୁଡ଼ି ଶାଳା ବୋଲାଉ ଥିବା ପିଏମ ଶ୍ରୀ ଉଦଳା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅନୁଜା ମାଧୁରୀ ଦାସଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢ଼େଇ , ସ୍ୱତନ୍ତ୍ର ଅତିଥି ଭାବେ ପ୍ରକଳ୍ପ ପ୍ରଶାସକ ନରେନ୍ଦ୍ର ଖମାରୀ , ମୁଖ୍ୟ ବକ୍ତା ଭାବେ ଜାତୀୟ ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡ଼ ଉଷା ଶତପଥୀ , ସମ୍ମାନିତ ବକ୍ତା ଭାବେ ଏଡିଓ ଶଶୀଧର ସିଂ ,ସମ୍ମାନିତ ଅତିଥି ଭାବେ ଉଦଳା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦୀପକ ମିଶ୍ର ଓ ଏସ ଏମ ସି ସଭାପତି ରବୀନ୍ଦ୍ର ପରିଡା ଯୋଗ ଦେଇଥିଲେ । ନାରୀ ଶିକ୍ଷା କ୍ଷେତ୍ରରେ ଉଦଳା ବାଳିକା ଉଚ୍ଚ ବିଦ୍ୟାଳୟ ଆଦିବାସୀ ଅଧ୍ୟୁଷିତ ଉଦଳା ଅଞ୍ଚଳର ଏନ୍ତୁଡ଼ିଶାଳ ବୋଲି ଅଭିହିତ କରିଥିଲେ । ତେବେ ଶିକ୍ଷା ଓ ସଂସ୍କାର ବଳ ରେ ସ୍ବପ୍ନ କୁ ସାକାର କରିବା ସମ୍ଭବ ହୋଇପାରିବ ବୋଲି ଅଭିଭାଷଣ ମାଧ୍ୟମରେ ଉତ୍ସାହିତ କରିଥିଲେ । ଏହି ଅବସରରେ ଆୟୋଜନ କରାଯାଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଏହା ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ହୋଇଥିଲେ । ସ୍ବାସ୍ୱତୀ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
