ପି ସି ମ୍ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳନ

ପି ସି ମ୍ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳନ ,ଗଞ୍ଜାମ ଜିଲ୍ଲା ସୋରଡ଼ା ପି ସି ମ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଟିତ ହୋଇଛି । ଏହି କର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ନୀଳମଣି ବିଷୋୟୀ ସୋରଡା ବିଧାୟକ ଓ ସମ୍ମାନିତ ଅତିଥି ଭାବେ ଏନଏସି ଅଧକ୍ଷ ଶିବ ଶଙ୍କର ପଣ୍ଡା ମୁଖ୍ୟବକ୍ତା ରମେଶ ଚନ୍ଦ୍ର ପ୍ରଧାନ ବହୁ ଶିକ୍ଷା ବିତ କଲେଜ ଅଧକ୍ଷ୍ୟା ସଞ୍ଜୁକ୍ତା ପଣ୍ଡା ଏବଂ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ବିଦ୍ୟାଳୟର ସଦସ୍ୟ ମାନଙ୍କ ଦ୍ଵାରା ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଡୋକାନ ଦେଇ ସ୍ବାଗତ କରାଯାଇଥିଲା l ଆଗରୁ ହୋଇଥିବା ବିଭିନ୍ନ ଖେଳ କୁଦ ରେ ଉପକୃତ ହୋଇଥିବା ଛାତ୍ରୀ ମାନଙ୍କୁ ବିଧାୟକ ପୁରସ୍କୃତ କରିଥିଲେ । ଏବଂ ଉତ୍ତମ ଶିକ୍ଷା ସାଙ୍ଗକୁ ଚରିତ୍ର ଗଠନ ଏବଂ ସାହସର ସହିତ ଆଗକୁ ବଢିବା କୁ ସୋରଡା ବିଧାୟକ ପିଲାଙ୍କୁ କହିଥିଲେ ଯଦି କୌଣସି ସ୍ଥାନରେ କିଛି ଅସୁବିଧା ହେଉଛି ତାହାହେଲେ ମୋତେ ଫୋନ ମାଧ୍ୟମ ରେ ଜଣାଇବ ମୁ ସମାଧାନ କରିବା ସହିତ ସାହାଯ୍ୟ କରିବି । ଏହି କଲେଜ ସବୁବେଳେ ପିଲାଙ୍କୁ ଭଲ ଶିକ୍ଷା ଦେଇ ଆସୁଛି ଯାହା ଫଳରେ ଏଠିକାର ପିଲା ଭଲ ନମ୍ବର ରଖିଆସୁଛନ୍ତି। ଶେଷରେ ପିଲାଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ପିଲାମାନେ ନାଚ ଗୀତ ରେ ମଜିଯାଇଥିଲେ

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *