ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ

୧ରେ ଆମ ଗାଁ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଏ ବର୍ଷ ଆମ ଗାଁ ପୁଅ ସମ୍ମାନ ପାଇବେ ଜଗନ୍ନାଥ ବେହେରା ଓ ଆମ ଗାଁ ଝିଅ ଅନସୂୟା ନନ୍ଦ ରଘୁନାଥପୁର, ୧୬/୨( ): ରଘୁନାଥପୁର ବ୍ଲକ ଅନ୍ତର୍ଗତ ଦେଉଳିସାହି ସ୍ଥିତ ଆମ ଗାଁ ସାହିତ୍ୟ ସଂସଦର ଷୋଡ଼ଶତମ ବାର୍ଷିକ ଉତ୍ସବ ଆସନ୍ତା ମାର୍ଚ୍ଚ ମାସ ୧ ତାରିଖ ରବିବାର ଦିନ ବାଲଂଶା ସ୍ଥିତ ପ୍ରଜ୍ଞା ପୀଠ ପରିସରରେ ଅନୁଷ୍ଠିତ ହେବ l ଏହି ଉପଲକ୍ଷେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସଂସଦର ପ୍ରତିଷ୍ଠାତା ସମ୍ପାଦକ ଅଲେଖ ଚନ୍ଦ୍ର ବେହେରା ସଭାପତିତ୍ୱ କରି ସଂସଦର ମର୍ଯ୍ୟାଦା ଜନକ ସମ୍ମାନ ଆମ ଗାଁ ପୁଅ ଓ ଆମ ଗାଁ ଝିଅ ସମ୍ମାନ ପ୍ରଦାନ ସମ୍ପର୍କରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଥିବାର କହିଥିଲେ l ଚଳିତ ବର୍ଷ ୨୦୨୬ ନିମନ୍ତେ ବର୍ଷିଆନ ପଳାଗାୟକ ଗାୟକ ଶେଖର ଜଗନ୍ନାଥ ବେହେରାଙ୍କୁ ‘ଆମ ଗାଁ ପୁଅ’ସମ୍ମାନ ଓ ସଂସାର ପତ୍ରିକା ର ସମ୍ପାଦିକା ତଥା ଶିଶୁ ସାହିତ୍ୟିକା ଅନସୂୟା ନନ୍ଦଙ୍କୁ ‘ଆମ ଗାଁ ଝିଅ’ ସମ୍ମାନ ପ୍ରଦାନ କରାଯିବ l ସେହିପରି ମାଟ୍ରିକ ପରୀକ୍ଷାରେ ସାହିତ୍ୟରେ ଅଧିକ ନମ୍ବର ରଖିଥିବା ୧୦ ଜଣ ସଫଳ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ l ଏହି ଅବସରରେ କବିତା ଆସର ଅନୁଷ୍ଠିତ ହେବ l ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଗାଳ୍ପିକ ଗୌରହରୀ ଦାସ ଓ ସମ୍ମାନନୀୟ ଅତିଥି ଭାବେ ପ୍ରାବନ୍ଧିକ ବାବାଜୀ ଚରଣ ପଟ୍ଟନାୟକ, ଡ଼ ଅଭୟ କୁମାର ନାୟକ, ଗାଳ୍ପିକ ରବି ସ୍ୱାଇଁ ଓ ପ୍ରାବନ୍ଧିକ ପ୍ରଭାତ କୁମାର ନନ୍ଦ ପ୍ରମୁଖ ଯୋଗଦେବା ପାଇଁ ସଦୟ ସ୍ୱୀକୃତି ପ୍ରଦାନ କରିଥିବା ସମ୍ପର୍କରେ ସମ୍ପାଦକ ଶ୍ରୀ ବେହେରା ପ୍ରକାଶ କରିଥିଲେ l ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି କୈଳାସ ଚନ୍ଦ୍ର ମଲ୍ଲିକ, ସହ ସମ୍ପାଦକ ଶାନ୍ତନୁ ମିଶ୍ର, ବିଜନ ମହାପାତ୍ର, ଶିକ୍ଷକ ଶରତ ଚନ୍ଦ୍ର ପଣ୍ଡା, ରମାକାନ୍ତ ମିଶ୍ର, ରାଜକିଶୋର ସାହୁ,ସନ୍ତୋଷ କୁମାର ସାହୁ, ସରୋଜ କୁମାର ଦ୍ବିବେଦୀ, ଲକ୍ଷ୍ମୀପ୍ରିୟା ମିଶ୍ର,ପ୍ରମୁଖ ଉପସ୍ଥିତ ରହି ଉତ୍ସବର ସଫଳତା କାମନା କରିଥିଲେ l

Leave a Reply

Your email address will not be published. Required fields are marked *