ରାଢୋ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳିତ।

ରାଢୋ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି। ଏକ ଭିନ୍ନ ଢ଼ଙ୍ଗରେ ଏହାକୁ ପାଳନ କରିଛନ୍ତି ଏହି ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ତଥା ପିଲାମାନଙ୍କର ଅଭିଭାବକ ତଥା ଗ୍ରାମବାସୀ। ଏହି ଉତ୍ସବରେ ସଭାପତି ଭାବେ ସଭା ପରିଚାଳନା କରିଥିଲେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ମାଳତୀ ବେହେରା।ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି ଆର.ସି.ସି.ମିନତୀ ମଞ୍ଜରୀ ପଣ୍ଡା, ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ଧ୍ୟାରାଣି ବାରିକ୍, ଜିଲ୍ଲା ପରିଷଦ ସଦସ୍ୟା ଲଳିତା ବିଶୋଇ, ରାଢୋ ଗ୍ରାମ ପଞ୍ଚାୟତ ସରପଞ୍ଚ ବେସନ ମାରାଣ୍ଡି, ଉଦଳା ପଞ୍ଚାୟତ ସମିତି ସଭ୍ୟା ଗୌରୀମଣି ପାତ୍ର, ରାଢୋ ସି.ଆର୍.ସି.ସି.ପ୍ରଭାତ କୁମାର୍ ଶଙ୍ଖୁଆ, ଶିକ୍ଷାବିତ୍ ଦିଲ୍ଲୀପ କୁମାର ଜେନା, ସୁରେନ୍ଦ୍ର ନାଥ ଦାଶ, ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ମହାପାତ୍ର। ପ୍ରଥମେ ମୁଖ୍ୟ ଅତିଥି ତଥା ଅନ୍ୟ ଅତିଥି ମାନେ ଜତତର ନାଥ ଜଗନ୍ନାଥ ଙ୍କ ପାଦ ପଦ୍ମରେ ପୁଷ୍ପ ଧୂପ ପ୍ରଦାନ ପୂର୍ବକ ଉତ୍ସବ ର ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ ବିଦ୍ୟାଳୟ ର ଛାତ୍ରୀ ମାନେ। ବିଦ୍ୟାଳୟ ର ଛାତ୍ରୀ ମାନଙ୍କର ଉପସ୍ଥାପନ ଶୈଳୀ ଭିନ୍ନ ଥିଲା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ତାଙ୍କର ବିଭିନ୍ନ ବିଭାଗରେ ଯଥା ଜିଲ୍ଲା ସ୍ତର ରେ ଫୁଟବଲ ରେ ପ୍ରଥମ ସ୍ଥାନ, ବ୍ଲକ୍ ସ୍ତରରେ ବିଭିନ୍ନ ପାରଦର୍ଶିତା କୁ ଉପସ୍ଥାପନ କରିଥିଲେ। ଅନ୍ୟ ସମ୍ମାନିତ ଅତିଥି ସନ୍ଧ୍ୟାରାଣି ବାରିକ୍ ପିଲାମାନଙ୍କୁ ଭଲ ମଣିଷ ହେବା ପାଇଁ ପରିଶ୍ରମ କରିବାକୁ ଉପଦେଶ ଦେଇଥିଲେ। ଅନ୍ୟ ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ସତ୍ ଆଚରଣ ପ୍ରଦର୍ଶନ କଲେ ଜୀବନ ଆଗକୁ ନିଆଯାଇ ପାରିବାର ଉପଦେଶ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ପଣ୍ଡା ଯିଏକି ଏହି ବିଦ୍ୟାଳୟର ଛାତ୍ରୀ ଥିଲେ ପିଲାମାନଙ୍କୁ ଗଢି ତୋଳିବା ରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ଏବଂ ଛାତ୍ର ଛାତ୍ରୀ ମାନେ ସମୟାନୁବର୍ତ୍ତି ହେବାକୁ ଉପଦେଶ ଦେଇଥଲେ। ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ବିଦ୍ୟାଳୟର ପୁରାତନ ଛାତ୍ର ସ୍ବର୍ଗତ ସମ୍ବିତ କୁମାର ନନ୍ଦ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ତାଙ୍କ ମାଆ ବାସନ୍ତୀ ନନ୍ଦ ଶିକ୍ଷା ବୃତ୍ତି ପ୍ରଦାନ ସ୍ୱରୂପ ଗତ ବାର୍ଷିକ ପରୀକ୍ଷା ରେ ସର୍ବାଧିକ ନମ୍ୱର୍ ରଖିଥିବା ତିନୋଟି ଶ୍ରେଣୀ ର ପିଲାଙ୍କୁ ତାଙ୍କ ବଧୂ ସୁସ୍ନିଗ୍ଧା କଲ୍ୟାଣୀ ହୋତା ପ୍ରଦାନ କରିଥିଲେ।ବିଦ୍ୟାଳୟର ଶ୍ରେଷ୍ଠ କଳିକା ଭାବେ ବିଦ୍ୟାଳୟର ଛାତ୍ରୀ ପ୍ରଜ୍ଞସା ଦାସ ଙ୍କୁ ସମସ୍ତ ଅତିଥି ସମ୍ମାନୀତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସହାୟତା ପ୍ରଦାନ କରିଥିଲେ ଶିକ୍ଷୟିତ୍ରୀ ଉର୍ମିଳା ପାଢ଼ୀ, ବିଭାରାଣୀ ପାଢ଼ୀ, କବିତା ନନ୍ଦ, ଭାରତୀମଣି ରାଉତ, ଲୋପାମୁଦ୍ରା ଦାସ, ଶିକ୍ଷକ ଉମାକାନ୍ତ ନନ୍ଦ, ବିଶ୍ଵନାଥ ପଣ୍ଡା ତଥା ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ। ସର୍ବଶେଷରେ ବିଶ୍ଵନାଥ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *