ପିଏମଶ୍ରୀ ନରସିଂହ ଦାଶ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ।
ପୁରୁଷୋତ୍ତମପୁର ୨୦/୧୨ଗଂଜାମ ଜ଼ିଲ୍ଲା ପୁରୁଷୋତ୍ତମପୁର ସହରର ଅତି ପୁରାତନ ପି ଏମ ଶ୍ରୀ ନରସିଂହ ଦାଶ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରି ପୂର୍ଣ୍ଣିମା ସର୍ଦ୍ଦାରଙ୍କ ସଭାପତିତ୍ୱରେ ଆଜି ବହୁ ଉତ୍ସାହ ଓ ଆଡମ୍ବର ସହ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ, ଗୀତ, ନାଟକ ଓ ଦେଶଭକ୍ତିମୂଳକ ପ୍ରସ୍ତୁତି ମାଧ୍ୟମରେ ସମସ୍ତଙ୍କ ମନୋରଞ୍ଜନ କରିଥିଲେ। ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଲିକୋଟ ବିଧାୟକ ପୁର୍ଣ୍ଣ ଚନ୍ଦ୍ର ସେଠୀ,ମୁଖ୍ୟ ବକ୍ତା ଭାବେ ହରେକୃଷ୍ଣ ପଣ୍ଡା ( ଅବସରପ୍ରାପ୍ତ ବି ଇ ଓ), ସମ୍ମାନିତ ଅତିଥି ଭାବେ ପ୍ରଶାନ୍ତ କୁମାର ପରମଗୁରୁ (ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ),ଏ ରାଜ ଗୋପାଳ ରାଓ ( ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ), ସୁଦର୍ଶନ ବେହେରା ( ବିଧାୟକ ପ୍ରତିନିଧି) ଯୋଗଦେଇଥିଲେ। ମୁଖ୍ୟ ଅତିଥି ତାଙ୍କ ଉଦବୋଧନରେ କହିଥିଲେ ଯେ ଶିକ୍ଷା ହେଉଛି ଜୀବନର ସଫଳତାର ମୂଳ ଆଧାର । ସେ ପି ଏମ ଶ୍ରୀ ଯୋଜନା ଅଧୀନରେ ବିଦ୍ୟାଳୟର ଉନ୍ନତ ଢାଞ୍ଚା, ସ୍ମାର୍ଟ କ୍ଲାସରୁମ୍ ଓ ଆଧୁନିକ ଶିକ୍ଷା ପ୍ରଣାଳୀକୁ ପ୍ରଶଂସା କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରି ତାଙ୍କ ଅଭିଭାଷଣରେ ବର୍ଷଭରିର ଶିକ୍ଷାଗତ ଓ ସହ-ପାଠ୍ୟକ୍ରମ ଉପଲବ୍ଧି ସମ୍ପର୍କରେ ଅବଗତ କରାଇଥିଲେ। ମଞ୍ଚରେ ଉପସ୍ଥିତ ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାର ଗୁଣବତା ଉପରେ ଆଲୋକପାତ କରାଇ ଥିଲେ । ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମର ଶେଷରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ l
