ସିଦ୍ଧ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ଧର୍ମଶାଳା :ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ସ୍ଥିତ ସିଦ୍ଧ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଶାନ୍ତନୁ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷା ସୁଚିସ୍ମିତା ଦାସ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ବଳରାମପୁରଗଡ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ନୃସିଂହ ଚରଣ ଧଳ ସମ୍ମାନିତ ଅତିଥି ଭାବେ କ୍ଷେତ୍ରପାଳ ପଞ୍ଚାୟତର ସରପଞ୍ଚ ଫକିର ନାରାୟଣ ମିଶ୍ର ଓ ଅନ୍ୟାନ୍ୟ ଅତିଥି ଭାବେ କ୍ଷେତ୍ରପାଳ ଗ୍ରାମର ମୂରବୀ ନବ କିଶୋର ସାମନ୍ତରାୟ,କ୍ଷେତ୍ରପାଳ ବିଦ୍ୟାଳୟ ସଭାପତି ମାଧବାନନ୍ଦ ମଲିକ ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ସ୍କୁଲର ଶିକ୍ଷୟତ୍ରୀ ପୂର୍ଣ୍ଣିମା ଦାସ,ବାର୍ଷିକ ବିବରଣୀ ପାଠ କରିଥିଲେ ଶିକ୍ଷୟତ୍ରୀ ବିଶ୍ଵଜିନି ସେଠୀ, ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷା ସହ ସଂସ୍କାର ଏକାନ୍ତ ଜରୁରୀ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ,ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଚନ୍ଦନା ଦାସ, ସ୍ମିତି ପ୍ରଭା ପଣ୍ଡା, ସଙ୍ଗୀତା ଦୀକ୍ଷିତ,ଭାଗ୍ୟବତୀ ଜେନା,ରୋଜାଲିନ ବିଶ୍ଵାଳ, ପ୍ରିୟଙ୍କା ସେନ୍,ଅଜିତ କୁମାର ନାୟକ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହୋଯୋଗ କରିଥିଲେ,ଶେଷରେ ଶିକ୍ଷକ ରାଜେଶ ରୋସନ୍ ଧଳ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *