ବିଜ୍ଞାପିତ ଅଞ୍ଚଳ ପରିଷଦର୧୩ନମ୍ବର ୱାର୍ଡ ରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବଡ ଧୁମ ଧାମ ରେ ବାର୍ଷିକ ଉତ୍ସବ ପାଳନ

ପୁରୁଷୋତ୍ତମପୁର -୩୧/୧ବିଜ୍ଞାପିତ ଅଞ୍ଚଳ ପରିଷଦର ପଶ୍ଚିମ ଭାଗରେ ଅବସ୍ଥିତ କୁମାରୀର ୧୩ନମ୍ବର ୱାର୍ଡ ରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବଡ ଧୁମ ଧାମ ରେ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି | ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ମିଶ୍ର ଙ୍କ ପୌରୋହିତ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ NAC ଚେୟାରମେନ କୃଷ୍ଣ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲା ବେଳେ ମୁଖ୍ୟ ବକ୍ତା ଭାବେ ଏଵିଇଓ ତଥା ଵିଆରସିସି ବିଜୟ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ | ସମ୍ନାନନୀୟ ଅତିଥି ଭାବେ ଏବିଇଓ ଦେବରାଜ ବେହେରା,ଅଛୁଲି କ୍ଳଷ୍ଟର ର ସି ଆର ସି ସି ମନୋଜ କୁମାର ପଣ୍ଡା,ଭାଗ୍ୟଲତା ମହାପାତ୍ର, ସରୋଜ କୁମାର ଦାଶ,ସିଆରସିସି ହେମନ୍ତ କୁମାର ବେହେରା ଓ ସ୍ଥାନୀୟ କାଉନସିଲର ଗିରିଜା ବେହେରା ମଧ୍ୟ ଯୋଗ ଦେଇଥିଲେ |ଏହି କାର୍ଯ୍ୟକ୍ରମ କୁ ପ୍ରକାଶ ଚନ୍ଦ୍ର ବେହେରା ଓ ସ୍କୁଲ ପରିଚାଳନା କମିଟି ଏବଂ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପୂର୍ଣ୍ଣ ସହଯୋଗ କରିଥିଲେ |ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା କୃତ୍ତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଙ୍କ ଦ୍ଵାରା ମାନପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା | ଶେଷରେ ଏହି ବାର୍ଷିକ ଉତ୍ସବରେ କୁନି କୁନି ଛାତ୍ର ଛାତ୍ରୀଙ୍କ ଦ୍ଵାରା ସୁନ୍ଦର ସୁନ୍ଦର ନୃତ୍ୟ ଗୀତ ଦେଖି ସ୍କୁଲର ଛାତ୍ର ଛାତ୍ରୀ ଅଭିଭାବକ ଏବଂ ଜନସାଧାରଣ ଆନନ୍ଦରେ ବିମୋହିତ ହୋଇ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ |

Leave a Reply

Your email address will not be published. Required fields are marked *