ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବରେ ଯୋଗ ଦେଲେ ବିଧାୟକ

ସୋରଡ଼ା,ଗଞ୍ଜାମ ସୋରଡ଼ା ରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସୋରଡ଼ାର 30ତମ ବାର୍ଷିକ ଉତ୍ସବ ଧୁମ ଧାମ ରେ ପାଳନ କରିଛି l ଏଥିରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ନୀଳମଣି ବିଷୋୟୀ,ଶିକ୍ଷା ବିକାଶ ସମିତି ଓଡ଼ିଶା ଡ଼ା କିଶୋର ଚନ୍ଦ୍ର ମହାନ୍ତି,ଏହି ବିଦ୍ୟା ମନ୍ଦିରର ସଭାପତି ରୋହିତ କୁମାର ବିଷୋୟୀ, ସମ୍ପାଦକ ମହେଶ୍ୱର ସାହୁ,ପ୍ରଧାନ ଆଚାଯ୍ୟ ସୁନୀଲ କୁମାର ରଥଙ୍କୁ ସନମାନେ ପାଛୋଟି ନେଇଥିଲେ।ମଞ୍ଚ।ସିନ ପରେ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ଓ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଆଗେଇନେଇଥିଲେ l ମଞ୍ଚସିନ ଅତିଥି ମାନଙ୍କ ମଧ୍ୟରୁ ବିଧାୟକ ନିଜ ଅଭିଭାଷଣରେ ବିଦ୍ୟାଳୟମାନଙ୍କରେ ସୁ ଶିକ୍ଷକ ଆବଶ୍ୟକତା ଓ ସୁ ବ୍ୟକ୍ତିତ୍ୱ ଗଠନ ତଥା ନାଗରିକ ପାଇଁ ମତ ରଖି ଓ ଉର୍ଣ୍ଣିତିର ବ୍ୟାଖ୍ୟା କରିଥିବା ବେଳେ ଦ୍ଵାରା ନିଜର ଓ ଅଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜ୍ବଳ କଥା କହିଛନ୍ତି ସେହିଭଳି ମୁଖ୍ୟ ବକ୍ତା ଶ୍ରୀ ମହାନ୍ତି ନିଜ ସନ୍ତାନ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନିଜେ ମୂଳଦୁଆରୁ ସଂସ୍କାରିତ ହୋଇ ଚେଷ୍ଟା କରିବା ସହିତ ଭାରତୀୟ ଶିକ୍ଷା, ସଂକୃତି ଓ ପରମ୍ପରାର ଅନନ୍ୟ ନିଦର୍ଶନ ହେଉଛି ଏହି ଶିକ୍ଷାଳୟ ଏବଂ ଶିଶୁ ଭଳି ମାଟି ପିଣ୍ଡୁଳାକୁ ଏହିଭଳି ଅନୁଷ୍ଠାନ ଦ୍ୱାରା ଜଡ଼ିତ ହେଲେ ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଢିବା ସହିତ ମଣିଷ ପରି ମଣିଷଟିଏ ଏହି ସମାଜକୁ ଦେଇ ପାରିବା।

ଏହି ଅବସରରେ ଜଣେ ଛାତ୍ରୀ ଅର୍ପିତା ପଟ୍ଟନାୟକଙ୍କ ଜନ୍ମଦିନର ଶୁଭେଛ। ଅର୍ଚନା କରି ଅତିଥିମାନେ ଶୁଭାଶିଷ ପ୍ରଦାନ କରିଥିଲେ।ଏଥିରେ ବିଦ୍ୟାଳୟର ପରିଚାଳନା ସମିତି ଓ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ମହାଙ୍କୁଡ,ଗୁରୁ ପ୍ରସନ୍ନ ପଟ୍ଟନାୟକ,ଶିବ ପ୍ରସାଦ ଦାସ ଆଦିଙ୍କ ସହ ଅଞ୍ଚଳର ପୂର୍ବତନ ସୈନିକ ବନ୍ଧୁ ହାବିଲଦାର ରତ୍ନାକର ଗୌଡ଼, ସୁବେଦାର ବିଦ୍ୟଧର ବେହେରା, ରାମଚନ୍ଦ୍ର ସାହୁ, ଓ ସାମ୍ବାଦିକ ଆଦିଙ୍କୁ ସମ୍ମାନିତ କରାଯାଇଛି। ଏହି ବିଦ୍ୟାଳୟର ଭଲ ନଂ ଓ ପ୍ରତିଷ୍ଠା ରଖି ନାମ ରଖିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିବା ବେଳେ ବହୁ ଅଭିବାବକ କୁନି କୁନି ଛାତ୍ର ଛାତ୍ରୀ ମନୋଭାରୀ ଉପଭୋଗ କରିବା ସହିତ ନିଜର ଲୁକ୍କାୟିତ ପ୍ରତିଭାକୁ ପ୍ରଦର୍ଶିତ କରିବାକୁ ଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଛି।ଏହି ବର୍ଣ୍ଣାଢ୍ୟ ଉଛବକୁ ଅନୁଷ୍ଠାନର ଉପଦେଷ୍ଟା ମଣ୍ଡଳୀ ଆୟୋଜନ କରିଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା ଓ କର୍ମଚାରୀ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *