ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଓ ପୁରସ୍କାର ବିତରଣ ଉତ୍ସବ

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଓ ପୁରସ୍କାର ବିତରଣ ଉତ୍ସବ
ଧର୍ମଶାଳା = ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ସୁନ୍ଦରିଆ ଠାରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋସ୍ନାରାଣୀ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବରେ ଧର୍ମଶାଳା ବିଧାୟକଙ୍କ ମା ତଥା ସମଜସେବୀ ମିନତୀ ସାହୁ ଯୋଗ ଦେଇଥିବା ବେଳେ ମୂଖ୍ୟ ବକ୍ତା ଭାବରେ ସରପଂଚ ନିର୍ମଳ କୁମାର ଦାସ,ସମ୍ମାନିତ ଅତିଥି ଭାବରେ ସମିତିସଭ୍ୟ ନିତ୍ୟାନନ୍ଦ ବିଶ୍ୱାଳ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଶାନ୍ତ କୁମାର ଦାସ, ପ୍ରତାପ ପୁର ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ସନ୍ତୋଷ କୁମାର ବେହେରା ଯୋଗ ଦେଇ ଶିକ୍ଷା ଅଜ୍ଞାନ ରୁପକ ଅନ୍ଧକାର ଦୁର କରି ଆଲୋକ ରୁପକ ଜ୍ଞାନ ସଂଚାର କରେ।ପିଲାମାନେ ତୁମେମାନେ ବଡମଣିଷ ନହୋଇ ଭଲ ମଣିଷ ହେବାକୁ ଚେଷ୍ଟା କରିବା ସହିତ ମାଆ,ମାଟି,ମାତୃଭାଷା,ମାତୃଭୂମିର ଉନ୍ନତି କରିବା ସହିତ ବାପା,ମାଆ, ଗୁରୁଜନଙ୍କୁ ଶ୍ରଦ୍ଧା ଭକ୍ତି ଓ ସମ୍ମାନ ଦେବା ପାଇଁ ପରାମର୍ଶ ଦେଇଥିଲେ।ଏହି ଉତ୍ସବରେ ସହକାରୀ ଶିକ୍ଷକ ସନ୍ତୋଷ କୁମାର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷୟିତ୍ରୀ ଦିପ୍ତିଶ୍ରୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହା ପରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ପରିଶେଷରେ ସଭାପତି ତାଙ୍କ ଅଭିଭାଷଣ ରଖି ସଭାସାଙ୍ଗ କରିଥିଲେ।ଶେଷରେ ଶିକ୍ଷକ ନରେଶ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲା

Leave a Reply

Your email address will not be published. Required fields are marked *