ପୁରୁଷୋତ୍ତମ ପୁର ସନ ସାଇନ ସ୍କୁଲ ରେ ମହାଡମ୍ବରରେ ବାର୍ଷିକଉଛବ ପାଳିତ l

ପୁରୁଷୋତ୍ତମପୁର -୧୭/୧ ସହରର ସୁନାମଧନ୍ୟ ସନ ସାଇନ ଇଣ୍ଟେରଣସନଲ ସ୍କୁଲ ରେ ଗତ କାଲି ସଭାପତି ପ୍ରଫୁଲ କୁମାର ରଥ ଙ୍କ ପୌର ହିତ୍ୟରେ ମହା ଆଡମ୍ବର ଓ ଉଦ୍ଦୀପନା ସହକାରେ ୧୧ତମ ବାର୍ଷିକ ଉଛବ ପାଳନ ହୋଉଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ସ୍ଥାନୀୟ ତହସିଲଦାର ବିନୋଦକୁମାର ବେହେରା ଯୋଗଦେଇ ଥିଲେ l ଅତିଥିମାନେ ପ୍ରଥମେ ଦୀପପ୍ରଜ୍ଵଳନ କରି ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ l ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ ଛାତ୍ର ଛାତ୍ରୀ ମାନେ ହେଉଛନ୍ତୁ ଦେଶର ଉଜ୍ଜଳ ଭବିଷ୍ୟତ ସେମାନଙ୍କ ଉର୍ନତି ରେ ଦେଶର ଉର୍ନତି l ସେମାନେ ହେଉଛନ୍ତି ଆମର ପ୍ରକୃତ ସମ୍ପତି l ସେମାନଙ୍କୁ ଉଚିତ ପ୍ରେରଣା ଦେବା ଆମ କର୍ତବ୍ୟ l ମୁଖ୍ୟ ବକ୍ତା ଡ଼କ୍ଟର ମାନସ ରଞ୍ଜନ ବେହେରା ଛାତ୍ର ଛାତ୍ରୀ ମାନଙ୍କ ଶୁଭକାମନା କରିବା ସହ ଶିକ୍ଷା, ସଂସ୍କାର ଓ ନୈତିକ ମୂଲ୍ୟବୋଧ ଅର୍ଜନ କରିବାକୁ ପରାମର୍ଶ ଦେଇଥିଲେ l ସେ ଆହୁରି କହିଥିଲେ ଯେ ଶିକ୍ଷା ହେଉଛି ଉଜ୍ଜଳ ଭବିଷ୍ୟତ ଗଠନ ରେ ଏକ ମୁଖ୍ୟ ଭୂମିକା l ଏହି କାର୍ଯ୍ୟକ୍ରମ ରେ ସଂମ୍ମାନିତ ଅତିଥି ଭାବେ ସ୍ଥାନୀୟ ଏସ ଡ଼ି ପି ଓ ସୁଜିତ କୁମାର ନାୟକ ଛାତ୍ର ଛାତ୍ରୀ ମାନଙ୍କ ଉତ୍ତରୋତ୍ତର ଉର୍ନତି କାମନା କରିଥିଲେ l ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଡକ୍ଟର ଆଲୋକ ପାଣିଗ୍ରାହୀ ବି ଯୋଗଦେଇଥିଲେ l ଓ ବିଜ୍ଞ୍ୟାପିତ ଅଂଚଳର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ମଞ୍ଚ ଉପରେ ଉପସ୍ଥିତ ଥିଲେ l ସେ ଅନୁଷ୍ଠାନ କୁ ସମସ୍ତ ପ୍ରକାରର ସୁବିଧା ଯୋଗେଇଦେବା ପାଈଁ କହିଥିଲେ l ପରି ଶେଷରେ ସ୍କୁଲ ର ଅଧ୍ୟକ୍ଷ ସୁନୀଲ ମହାନ୍ତି ଛାତ୍ର ଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ଓ ସଂସ୍କାର ଯୋଗେଇଦେବା ପାଈଁ ଅଭିଭାବକ ମାନଙ୍କୁ ନିଜ ବକ୍ତବ୍ୟ ରେ କହିଥିଲେ l ଶେଷରେ ବିଦ୍ୟାଳୟର ବିଭିର୍ଣ୍ଣ ପ୍ରତିଯୋଗିତାରେ ଭାଗ ନେଇ ଉତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବଣ୍ଟନ କରିଥିଲେl ଓ ଶେଷରେ କୁନି କୁନି କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ଓ ସମସ୍ତ ଅତିଥି ଓ ଅଭିଭାବକ ମାନଙ୍କୁ ଭୋଜି କହିବା ପାଈଁ ନିବେଦନ କରିଥିଲେ l ଏଥିରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା ମାନେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *