ବ୍ୟାସନଗର ପବ୍ଲିକ ସ୍କୁଲରେ ବାର୍ଷିକ ଉତ୍ସବ ଆରୋହନ ଅନୁଷ୍ଠିତ

ଯାଜପୁର ଜିଲ୍ଲା ବ୍ୟାସନଗର ଅଞ୍ଚଳ ହାଉସିଂ ବୋର୍ଡ ସ୍ଥିତ ବ୍ୟାସନଗର ପବ୍ଲିକ୍ ସ୍କୁଲର ୧୩ତମ ବାର୍ଷିକ ଉତ୍ସବ ‘ଆରୋହନ’ ଉଦଯାପିତ ହୋଇଯାଇଛି। ସ୍କୁଲ ପ୍ରିନ୍ସିପାଲ ଡ. ଦେବସ୍ମିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସନାୟକ ଓ ଓଲିଉଡ଼ ନାୟିକା ପୁନମ ମିଶ୍ର ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଯାପିତ କରିଥିଲେ କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ଦାସନାୟକ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଉଥୁବା ନୂତନ ଶିକ୍ଷାନୀତି ଉପରେ ଆଲୋଚନା କରିଥିଲେ l ପରିଚାଳନା କମିଟି ସଭାପତି ଭାରତ ଭୂଷଣ ଦେଓ ଯୋଗଦେଇ ଆତ୍ମବିଶ୍ଵାସ ଓ କଠିନ ପରିଶ୍ରମ କଲେ କିପରି ସଫଳତା ମିଳିବ ପରାମର୍ଶ ଦେଇଥିଲେ । ସ୍କୁଲ ପ୍ରତିଷ୍ଠାତା ସ୍ବର୍ଗତ କଳ୍ପତରୁ ସାହୁଙ୍କ ଧର୍ମପତ୍ନ ଆରର୍ଦ୍ରମଣି ସାହୁଙ୍କୁ ସ୍କୁଲ କତୃପକ୍ଷ ସମ୍ବର୍ଦ୍ଧିତ କରିଥିଲେ l

ଏହି ଅବସରରେ ଓଲିଉଡ଼ ନାୟିକା ପୁନମ ମିଶ୍ରଙ୍କ ନାଚରେ ପୁରା ସ୍କୁଲ ଛାତ୍ର ଛାତ୍ରୀ ଝୁମିଥିଲେ l ସ୍କୁଲର କୃତି ଛାତ୍ର ଛାତ୍ରୀଙ୍କୁ ଉପସ୍ଥିତ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ l ପରିଶେଷରେ ସ୍କୁଲର ଛାତ୍ର ଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲା l ଆଜିର ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଅଭିଭାବକ, ଅଭିଭାବକ ଓ ସ୍କୁଲର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l ସେହିପରି ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ କର୍ନେଲ ସୋନାଲି ରଥ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ନଗରପାଳ ସୁବାସ ଚନ୍ଦ୍ର ବଳ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷା ସବିତା ରାଉତ, ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା ଯୋଗଦେଇ ବାର୍ଷିକ ମୁଖପତ୍ର ‘ଦି ବ୍ୟାସ ଗାଲାକ୍ସି’ ଉନ୍ମୋଚିତ କରିଥିଲେ।

Leave a Reply

Your email address will not be published. Required fields are marked *