ସରକାରୀ ବାଳିକା ବିଦ୍ୟାଳୟରେ ବାର୍ଷିକ ଉତ୍ସଵ ପାଳିତ
ରାଇକିଆ, ତା 20/12/25 କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସରକାରୀ ବାଳିକା ବିଦ୍ୟାଳୟ ପରିସରର ମଧ୍ୟ ରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀ ସରୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରିନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସବ୍ୟସାଚୀ ସାହୁ, ବିଇଓ ଶ୍ରୀ କେଶବ ମଲିକ, ରାଇକିଆ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକ, ସାଂସଦ ପ୍ରତିନିଧି ଶ୍ରୀ ସନ୍ତୋଷ କୁମାର ଲେଙ୍କା,ବ୍ଲକ ମଙ୍ଗଳ ସାମ୍ପ୍ରସାରଣ ଅଧିକାରୀ ଶ୍ରୀମତୀ ଉର୍ମିଳା ପ୍ରଧାନ ଓ ବିଦ୍ୟାଳୟ ସଭାପତି ଶ୍ରୀ ବାବୁଲି ପ୍ରଧାନ, ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଗରିମାମଣ୍ଡିତ କରିଥିଲେ।

କୃତୀ ଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା। ପ୍ରଧାନ ଶିକ୍ଷକ ଶ୍ରୀ ସରୋଜ କୁମାର ସାହୁ ବାର୍ଷିକ କାର୍ଯ୍ୟବିବରଣୀ ପାଠ କରିଥିଲେ। ଶେଷରେ ଶିକ୍ଷୟତ୍ରୀ ଶ୍ରୀମତୀ ଧରିତ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଉତ୍ସବ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା. ।ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଅଣ ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ l
