ଅସ୍ତରଙ୍ଗ ନୋଡାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଅସ୍ତରଙ୍ଗ ,୦୧/୦୪ ଆଜି ୧୯୧୦ ରୁ ସ୍ଥାପିତ ଅସ୍ତରଙ୍ଗ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ। ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ସ୍ଥାନୀୟ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଆରତୀ ନାଏକ, ମୁଖ୍ୟ ବକ୍ତା ଭାବେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତିରଂଜନ ମିଶ୍ର, ସମ୍ମାନିତ ଅତିଥି ଭାବେ ଅସ୍ତରଙ୍ଗ ତହସିଲଦାର ସୁଶ୍ରୀ ପ୍ରିୟଦର୍ଶିନୀ ପତି, ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ସ୍ବାଇଁ, ଆରକ୍ଷୀ ନିରୀକ୍ଷକ ରାଜେଶ ବଳିୟାରସିଂ, ସରପଞ୍ଚ ରାମଚନ୍ଦ୍ର କାଣ୍ତି, ବିଦ୍ୟାଳୟ ଆଲୁମିନା ଉପଦେଷ୍ଟା ତଥା ଶିକ୍ଷା ପରାମର୍ଶ କମିଟି ଓ ସଂଯୋଜକ ଦିବାକର ଛାଟୋଇ, ପଞ୍ଚସଖା ଶିକ୍ଷାସେତୁ ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ପରିଡ଼ା, ପରିବେଶବିତ୍ ସୌମ୍ୟ ରଞ୍ଜନ ବିଶ୍ବାଳ, ରବୀନ୍ଦ୍ର କୁମାର ମହାନ୍ତି, କାଳିନ୍ଦୀ ଚରଣ ଛାଟୋଇ, ସନ୍ତୋଷ କୁମାର ସ୍ବାଇଁ, ରମାକାନ୍ତ ବସ୍ତିଆ ଉପସ୍ଥିତ ରହି ଛାତ୍ର ତଥା ପ୍ରଶାସନିକ ଅଧିକାରୀ ଚିରଞ୍ଜିବି ସାହୁ, ରାଜେଶ କୁମାର ପରିଡ଼ାଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ମାନିତ କରିଯାଇଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରଦ୍ୟୁଷ ସ୍ବୟଂ ପ୍ରକାଶ, ଆଦ୍ୟାଶା ବେହେରା, ଓମ୍ ସତ୍ୟ ପ୍ରକାଶ, ବିଶ୍ବଜିତ ପାତ୍ର ସହ ବିଭିନ୍ନ କ୍ଷେତ୍ରରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶିକ୍ଷକ ଶିକ୍ଷୟିତ୍ରୀ ସମ୍ବର୍ଦ୍ଧିତ କରାଯିବା ସହ ବିଦ୍ୟାଳୟ ପରିପୁଷ୍ଟି ଦିଗରେ ହାତ ବଢ଼େଇଥିବା ସମସ୍ତ ସଭ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଧାନଶିକ୍ଷକ ନିରଞ୍ଜନ ବେହେରା ସଭାପତିତ୍ବ କରିଥିବା ବେଳେ ଜଚୀନ୍ଦ୍ର କୁମାର ବିଶ୍ଵାଳ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ଏସଏମସି ମେମ୍ବର, ସବୁଜ ଶାଖା ର ସଦସ୍ୟ ଯୋଗଦେଇଥିଲେ।
