ଗୋପାଳପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ।
ରଘୁନାଥପୁର, ତା ୩୦/୦୧- ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର ଗତ ମଙ୍ଗଳବାର ଦିନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋପାଳପୁର ର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଅଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରଘୁନାଥପୁର ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଦେବାଶିଷ ତ୍ରିପାଠୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ରେଭେନ୍ସା କଲେଜର ଡିନ୍ ପ୍ରଫେସର ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ନନ୍ଦ ଯୋଗଦେଇ ଜଣେ ବ୍ୟକ୍ତି ର ବ୍ୟକ୍ତିତ୍ଵ ର ବିକାଶ ଛାତ୍ର ଜୀବନରୁ ବିଦ୍ୟାଳୟ ରୁ ଆରମ୍ଭ ହୋଇଥାଏ। ସରକାର ଙ୍କ ର ଜାତୀୟ ଶିକ୍ଷାନୀତି- ୨୦୨୦ ଓ ଶିକ୍ଷା ଅଧିକାର ଆଇନ୍ ୨୦୦୯ କୁ ବିଶଦ୍ ଭାବେ ସଭାରେ ଆଲୋଚନା କରି ଶିକ୍ଷକ ଓ ଅଭିଭାବକଙ୍କ କର୍ତ୍ତବ୍ୟ ବିଷୟରେ ସଚେତନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଧରାଧରପୁର ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ନଳିନୀପ୍ରଭା ମୁଦୁଲି, ଉକ୍ତ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ କେଦାରନାଥ ସାହୁ, ପଞ୍ଚସଖା ସେତୁ ର ସଭାପତି ଭାସ୍କର ପଟ୍ଟନାୟକ, ବରିଷ୍ଠ ଚଳଚ୍ଚିତ୍ର ତାରକା ବୀରେନ୍ ମିଶ୍ର, ଚଳଚ୍ଚିତ୍ର ବିଜ୍ଞାପନ ନିର୍ଦେଶକ ଶ୍ରୀଯୁକ୍ତ ପିନାକୀ ମିଶ୍ର, ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଆଶୁତୋଷ ବାନାର୍ଜୀ ଏବଂ ସମାଜସେବୀ ରତନ ସିହ୍ନା ଯୋଗ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ସିଆରସିସି ଗୋପାଳପୁର ସୁକାନ୍ତ କୁମାର ଦ୍ୱିବେଦୀ, ବାର୍ଷିକ ବିବରଣୀ ପାଠ କରିଥିଲେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ମହାନ୍ତି ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ ସହକାରୀ ଶିକ୍ଷକ ଜୟପ୍ରକାଶ ପଣ୍ଡା, ସର୍ବଶେଷରେ ପୁଷ୍ପଲତା ସ୍ୱାଇଁ ଧନ୍ୟବାଦ ଦେଇଥିଲେ। ଏଠାରେ ସୂଚନା ଥାଉ କି ଏହି ବାର୍ଷିକ ଉତ୍ସବ ରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଦଶାବତାର ଓ ଦେଶାତ୍ମବୋଧକ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ ଏହି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଏବଂ ଏହାକୁ ପରିଚାଳନା କରିଥିଲେ ସୁଶ୍ରୀ ସଙ୍ଗିତା ଦାସ, ପ୍ରଭାତୀ ପ୍ରିୟା ବିଶ୍ୱାଳ,ଦିପ୍ତି ମଲ୍ଲିକ, କବିତା ରାଉତ ଓ ସ୍କୁଲ ପରିଚାଳନା କମିଟି ର ସଦସ୍ୟ ସଦସ୍ୟା ଏବଂ ଗ୍ରାମବାସୀମାନେ।
