ମୁଣ୍ଡମାଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷିକ ଉତ୍ସବ ୨୦୨୫ ଅନୁଷ୍ଠିତ
ମୁଣ୍ଡମାଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷିକ ଉତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛିଯାଜପୁର ଜିଲ୍ଲା ବ୍ୟାସନଗର ମୁଣ୍ଡମାଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ମୁଣ୍ଡମାଳ ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବରେ କରି ବିଦ୍ୟାଳୟ ର ସମ୍ପାଦକ ରଜତ କୁମାର ରାଉତ ଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ। ସ୍ଥାନୀୟ ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ଆକାଶ ଦାସ ନାୟକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସମସଭାପତି ଶ୍ରୀଯୁକ୍ତ ବିଜୟ କୁମାର ପଣ୍ଡା ଙ୍କ ସଭାପତିତ୍ୱ ରେ ସଭା ଟି ଉତ୍ସବ ମୁଖରିତ ହୋଇ ଉଠିଥିଲା। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ତ୍ରିଲୋଚନ ପ୍ରଧାନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ଶ୍ରୀଯୁକ୍ତ ରାଉତ ଙ୍କର ବାର୍ଷିକ ବିବରଣୀ ପ୍ରଦାନ ପରେ ମୁଖ୍ୟବକ୍ତା ବାବାଜୀ ମହନ୍ତ ଶ୍ରୀ ଶ୍ରୀ ବିଶ୍ୱନାଥ ଦାସ (ସିଦ୍ଧେଶ୍ୱର ମଠ, ଗୋବିନ୍ଦପୁର )ଙ୍କର ସାରଗର୍ଭକ ଭାଷଣ ମାଧ୍ୟମରେ ଶିଶୁମନ୍ଦିର ର ମହତ୍ତ୍ୱ ପ୍ରତିପାଦିତ ହୋଇଥିଲା। ବିଧାୟକ ଶ୍ରୀଯୁକ୍ତ ଦାସ ମଧ୍ୟ ତାଙ୍କ ଭାଷଣ ମାଧ୍ୟମରେ ଶିଶୁମନ୍ଦିରକୁ ଏକ ଭଲ ମଣିଷ ତିଆରି କାରଖାନା ସହ ତୁଳନା କରି ଶିଶୁ ମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ବ୍ୟାସନଗର ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସପନ କୁମାର ନନ୍ଦ ଉତ୍ସବରେ ଯୋଗଦାନ କରି ଉତ୍ସବଟିକୁ ଗୌରାବାନ୍ୱିତ କରିଥିଲେ। ବିଦ୍ୟାଳୟ ର ପୂର୍ବତନ ସଭାପତି ଶ୍ରୀଯୁକ୍ତ ଦିଗନ୍ତ କୁମାର ରାଉତ ଓ ସମ୍ପାଦକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଜେନା ଉପସ୍ଥିତ ରହି ଉତ୍ସବଟିକୁ ପରିଚାଳନା ରେ ସହଯୋଗ କରିଥିଲେ। କୋଷାଧକ୍ଷ ଦାମୋଦର ପରିଡା,ସଦସ୍ୟା ନମିତା ଲାକ୍ରା, ପୂର୍ବତନ ସଦସ୍ୟା କାର୍ମୀମଣି ମାର୍ଣ୍ଡି, ପୂର୍ବତନ କୋଷାଧକ୍ଷ ରମେଶ ଚନ୍ଦ୍ର ବେହେରା ଉପସ୍ଥିତି ସମସ୍ତଙ୍କୁ ପ୍ରେରଣା ଯୋଗାଇଥିଲା। ସହ ପ୍ରଧାନଆଚାର୍ଯ୍ୟ ପ୍ରଫୁଲ୍ଲ କୁମାର ନାୟକ କୃତି ପ୍ରତିଯୋଗୀ ମାନଙ୍କର ପୁରସ୍କାର ଘୋଷଣା କରିଥିଲେ। ବିଧାୟକ ଓ ଅତିଥି ଅଧିକାରୀ ମାନଙ୍କ ଠାରୁ ପୁରସ୍କାର ଗ୍ରହଣ ପରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ଉପସଭାପତି ଶ୍ରୀଯୁକ୍ତ ଦୁର୍ଯୋଧନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।ବରିଷ୍ଠ ଗୁରୁଜୀ ରତିକାନ୍ତ ବାରିକ,କଳ୍ପନା ରାଉତ ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଗୁରୁଜୀ ସଞ୍ଜୟ କୁମାର ଦାଶ, ରାଜକୃଷ୍ଣ ପାଳ, ନିର୍ମଳ ଚନ୍ଦ୍ର ମିଶ୍ର, ନରେନ୍ଦ୍ର ଦାସ, ଆଶିଷ କୁମାର ମଲ୍ଲ, ଗଜେନ୍ଦ୍ର ସେଠୀ, ହରମୋହନ ବିଶ୍ୱାଳ, ଅଜୟ କୁମାର ବେହେରା, ଚିତ୍ତରଞ୍ଜନ ପ୍ରଧାନ,ସନ୍ତୋଷ ବେହେରା,ରାଜଶ କୁମାର ଦାସ ଗୁରୁମା ପ୍ରିୟମ୍ବଦା ବିଶ୍ୱାଳ, ସୁଜାତା ଶତପଥି, ସ୍ଵର୍ଣ୍ଣଲତା ଶତପଥି,ସବିତା ଦାସ, ଗାୟତ୍ରୀ ଦାସ, ଗାୟତ୍ରୀ ପଟ୍ଟନାୟକ ଙ୍କର ସହଯୋଗ ରେ କାର୍ଯ୍ୟକ୍ରମଟିର ସଫଳ ରୂପାୟନ ହୋଇଥିଲା।
