ଓଡିଶା ଆଦର୍ଶ ବିଦ୍ୟାଳୟ, ଜଟଣୀର ବାଷିକ ଉତ୍ସବ ଅନୁଷ୍ଠିତ
ଜଟଣୀ ତା ୨୦-୧୨-୨୫ ଜଟଣୀ ବ୍ଲକ ଆନ୍ତର୍ଗତ ଷଣ୍ଢପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ , ଜଟଣୀର ବାର୍ଷିକ ଉତ୍ସବ ମହାସମାରୋହରର ପାଳିତ ଯାଇଛି। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ତଥା ଅଧ୍ୟକ୍ଷ (ଭି ଏମ ଡି ସି) ଓଡିଶା ଆଦର୍ଶ ବିଦ୍ୟାଳୟ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ବେଉରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ନାଇଜର (NISER)ର ପଦାର୍ଥ ବିଜ୍ଞାନ ବିଭାଗର ଆସୋସିଏଟେ ପ୍ରଫେସର ଡ ତପନ ମିଶ୍ର ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ପ୍ରେରଣା ଦାୟୀ ବକ୍ତବ୍ୟରେ କହି ଥିଲେକି ନମ୍ରତା ହିଁ ଅନ୍ୟକୁ ଉଚ୍ଚତମ ସ୍ଥାନରେ ପହଞ୍ଚିବାକୁ ବାଟ ଦେଖାଏ, ଗୁରୁଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସମସ୍ତ ଛାତ୍ର ଛାତ୍ରୀଙ୍କ ପରମ କର୍ତ୍ତବ୍ୟ ଅଟେ । ଶିଖରରେ ପହଞ୍ଚିବାକୁ ହେଲେ କଠିନ ପରିଶ୍ରମ କରିବା ଦରକାର। ସମ୍ମାନୀୟ ଅତିଥି ଭାବେ ଶ୍ରୀଯୁକ୍ତ ଅନିଶ ରଞ୍ଜନ ଦେବ ବରିଷ୍ଠ ପରିଚାଳକ ହିନ୍ଦୁସ୍ତାନ ପେଟ୍ରୋଲିୟମ ଲିମିଟେଡ଼, ଜଟଣୀ, ତାସିଲିଦାର ଶ୍ରୀଯୁକ୍ତ ଶିବାଶିଷ ପରିଡା ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋସ୍ନା ନାୟକ ଉତ୍ସବରେ ସଭାପତିତ୍ୱ କରିବା ସହ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ।

ବାର୍ଷିକ ପରୀକ୍ଷାରେ ୯୦ ପ୍ରତିଶତ ନମ୍ବର ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ଟ୍ରଫି ଦେଇ ପୁରସ୍କୃତ କରିଥିଲେ। ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ପାରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅତ୍ୟନ୍ତ ମନଛୁଆଁ ହୋଇଥିଲା। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସୁମିତ୍ରା ସାବତ, ହରେକୃଷ୍ଣ ମହାପାତ୍ର, ଅନ୍ନଦା ଜସ୍ମିନ, ଶୁଭ ସୀମା ପାଣିଗ୍ରାହୀ, ନିରୁପମା ପ୍ରଧାନ, ଦୀପ୍ତିମୟୀ ପାତ୍ର, ଦୁଃଶାସନ ଲେଙ୍କା, ଆଶୁତୋଷ ଦାସ, ପୁଣ୍ୟ ପ୍ରଭା ରଥ, ମିନତୀ ମହାପାତ୍ର, ଅନନ୍ୟା ରଥ ଲୋପାମୁଦ୍ରା ପ୍ରିୟଦର୍ଶିନୀ ପ୍ରମୁଖ ସହଯୋଗ କରିଥିବାବେଳ ଜ୍ୟୋସ୍ନାମୟୀ ବିଶ୍ୱାଳ ମଞ୍ଚ ସଂଯୋଜନା କରିଥିଲେ ।
