ଏସ୍.ବି.ଡି. ଇଣ୍ଟରନ୍ୟାସନାଲ୍ ସ୍କୁଲର ବାର୍ଷିକ ଉତ୍ସବ ନବ୍ ରସ୍ ଅଷ୍ଟମ ‘ମହ୍ଲାର
*’*କୋରାଇ ବ୍ଲକ ଅନ୍ତର୍ଗତ ଧନେଶ୍ଵର ପଞ୍ଚାୟତର ପାଟୁଳୀ ସ୍ଥିତ ଏସ୍.ବି.ଡି. ଇଣ୍ଟରନ୍ୟାସନାଲ୍ ସ୍କୁଲର ବାର୍ଷିକ ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସ୍କୁଲ ଅଧ୍ୟକ୍ଷ ଦେବାଶିଷ ଦୀକ୍ଷିତଙ୍କ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉତ୍ସବରେ ପ୍ରଥମ ଦିନ ରେ ମୁଖ୍ୟ ଅତିଥ୍ ଭାବେ ଯାଜପୁର ର ଅତିରିକ୍ତ ଜିଲ୍ଲାପାଳ ନବକ୍ରୀଷ୍ଣା ଜେନା ଯୋଗଦେଇ ଉଦ୍ଘାଟନ କରିଥିଲେ l ସ୍କୂଲର ପ୍ରଧାନ ଆଚାର୍ଯ୍ୟ ଡକ୍ଟର କଳ୍ପତରୁ ସାହୁ ଙ୍କ ନେତୃତ୍ୱରେ ମୁଖ୍ୟବକ୍ତା ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅନିରୁଦ୍ଧ ରାଉତରାୟ ଯୋଗଦେଇ ବର୍ଷ ପୂର୍ବକ ପିଲାମାନେ ଦେଶର ଭବିଷ୍ୟତ ହୋଇଥିବାରୁ ସେମାନଙ୍କ ଜୀବନଚର୍ଯ୍ୟା ଗଠନ ଆମର ଦାୟିତ୍ବ ବୋଲି କହିଥିଲେ l ସମ୍ମାନିତ ଅତିଥ୍ ଭାବେ ସ୍କୁଲର ପ୍ରତିଷ୍ଠାତା ଆନନ୍ଦନନ୍ଦ ଦୀକ୍ଷିତ, ନିର୍ଦେଶକ ଯୁଧୂଷ୍ଠିର ଦେବତା, ମାଡାମ ଏମ.ଡି. ବନ୍ଦିତା ଦୀକ୍ଷିତ, ବରିଷ୍ଠ ସଂଯୋଜକ ଡକ୍ଟର ସୁକାନ୍ତ କୁମାର ତ୍ରିପାଠୀ, ସମ୍ପାଦକ ଯଶୋବନ୍ତ ଜିନ୍ଦଲ, ବିପିନ ବିହାରୀ କର, ଆଶାବାରି କର, ଟ୍ରଷ୍ଟଟି ମେମ୍ବରସ ବିପିନ ବିହାରୀ କର, ମାଳତୀ ଦେବତା, ଶିବାଶିଷ ଦୀକ୍ଷିତ ଯୋଗଦେଇଥିଲେ l ଏହି ଉତ୍ସବର ଦ୍ୱିତୀୟ ଦିନ ରେ ମୁଖ୍ୟ ଅତିଥ୍ ଭାବେ center of excellence CBSE ର ସହ ସମ୍ପାଦକ ଥଙ୍ଗ ଖୋଲେଟ ମାଟେ ଯୋଗ ଦେଇଥିଲେ l ପରେ ସାଂସ୍କୃତିକ କାର୍ଯ୍ୟକ୍ରମ *ନବ୍ ରସ୍* ପ୍ରସଙ୍ଗ ଉପରେ ‘ଅଷ୍ଟମ ମହ୍ଲାର’ ଉତ୍ସବ ରେ ସ୍କୁଲର ଛାତ୍ରଛାତ୍ରୀ ମାନେ ଆକର୍ଷଣୀୟ ସଂଗୀତ, ନୃତ୍ୟ ଓ ନାଟକ ପରିବେଷଣ କରିଥିଲେ l ତେବେ ଏହି ଉତ୍ସବକୁ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ l
ଯାଜପୁର କୋରେଇ ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
