ସୁରଜମଳ ସାହା ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ମହୋତ୍ସବ
ସୁରଜମଳ ସାହା ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ମହୋତ୍ସବ: ୨୦୨୫-୨୬ ସଫଳତାର ସହ ସମାପ୍ତ
ପୁରୀସ୍ଥିତ ସୁରଜମଳ ସାହା ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ମହୋତ୍ସବ–୨୦୨୫–୨୬ ତିନିଦିନିଆ କାର୍ଯ୍ୟକ୍ରମର ଆଜି ଅନ୍ତିମ ଦିନ, ଅର୍ଥାତ୍ ୨୦ ଡିସେମ୍ବର ୨୦୨୫ ତାରିଖରେ ଉତ୍ସାହ ଓ ଉଲ୍ଲାସର ସହିତ ସମାପ୍ତ ହୋଇଛି।
ଏହି କ୍ରୀଡା ମହୋତ୍ସବରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କର ସକ୍ରିୟ ଉପସ୍ଥିତି ଓ ସହଯୋଗ ଦେଖିବାକୁ ମିଳିଥିଲା। ବିଭିନ୍ନ ବ୍ୟକ୍ତିଗତ ଓ ଦଳୀୟ କ୍ରୀଡା ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଅପାର ଉତ୍ସାହ, ଶିଷ୍ଟାଚାର ଓ କ୍ରୀଡାମନୋଭାବ ପ୍ରଦର୍ଶନ କରିଥିଲେ।

ଅନ୍ତିମ ଦିନରେ ବିଜେତା ଓ ପ୍ରତିଭାଗୀମାନଙ୍କୁ ପୁରସ୍କୃତ କରାଯାଇ, କ୍ରୀଡା ମାଧ୍ୟମରେ ଶାରୀରିକ ସୁସ୍ଥତା, ଶିସ୍ଟାଚାର ଓ ସମନ୍ୱୟର ଗୁରୁତ୍ୱ ଉପରେ ଆଲୋକପାତ କରାଗଲା। ଉଲେଖଯୋଗ୍ୟ ଯେ ଏହି କ୍ରୀଡ଼ା ମହୋତ୍ସବରେ +2 ଶ୍ରେଣୀରେ ବାଳକ ବିଭାଗରେ ସୁକ୍ରା ମୁଦୁଲି ଚ୍ୟାମ୍ପିଅନ ଓ ମୋହନ ବେହେରା ରନର୍ସଅପ ହେଲେ, ବାଳିକା ବିଭାଗରେ ସୁଭଦ୍ରା ନାଏକ ଚ୍ୟାମ୍ପିଅନ ଓ ଗୁଡୁଲି ସାହୁ ରନର୍ସଅପ ହେଲେ; +3 ଶ୍ରେଣୀରେ ବାଳକ ବିଭାଗରେ ପ୍ରଦ୍ୟୁମ୍ନ ଶ୍ରେଷ୍ଠ ଚ୍ୟାମ୍ପିଅନ ଓ ଇମ୍ରାନ ଖାନ୍ ରନର୍ସଅପ ହେଲେ, ଏବଂ ବାଳିକା ବିଭାଗରେ ଭବାନୀ ସେନାପତି ଓ ସ୍ୱୟଂ ସମ୍ପୂର୍ଣ୍ଣା ବେହେରା ସଂଯୁକ୍ତ ଚ୍ୟାମ୍ପିଅନ ହୋଇଥିବା ବେଳେ ସିବାନୀ ମହାରଣା ରନର୍ସଅପ ହେଲେ।
ସମଗ୍ର କ୍ରୀଡା ମହୋତ୍ସବ ସୁଚାରୁ ଭାବେ ଓ ସଫଳତାର ସହିତ ସମ୍ପନ୍ନ ହୋଇଥିବାରୁ ସମସ୍ତଙ୍କ ମଧ୍ୟରେ ଆନନ୍ଦ ଓ ସନ୍ତୋଷର ପରିବେଶ ସୃଷ୍ଟି ହୋଇଥିଲା। ତିନିଦିନ ଧରି ଚାଲିଥିବା ଏହି କ୍ରୀଡ଼ା ମହୋତ୍ସବକୁ କ୍ରୀଡ଼ା କମିଟି ର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ। ଏହି ପରିପ୍ରେକ୍ଷୀରେ ସମସ୍ତ କ୍ରୀଡାବିତ୍, ଛାତ୍ରଛାତ୍ରୀ ,କର୍ମଚାରୀ ଓ ବିଶେଷକରି ବାହାରୁ ଆସିଥିବା ଅଫିସିଆଲ୍ ମାନଙ୍କୁ କ୍ରୀଡ଼ା କମିଟି ତରଫରୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରାଯାଇଛି।
