ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ l
ରମ୍ଭା ତା ୦୭/୦୪/୨୬; ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତର ରଘୁନାଥ ପୁରଠାରେ ଥିବା ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟା ମନ୍ଦିରର ନବନିର୍ମିତ କୋଠାକୁ ଉଦ୍ଘାଟନ କରିଥିଲେ । ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବେ ଗଞ୍ଜାମ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ , ଗ୍ରାସିମ୍ ଇଣ୍ଡଷ୍ଟ୍ରି ଲିମିଟେଡର ମୁଖ୍ୟ ପରିଚାଳକ ଶ୍ରୀ ଅଜୟ ଗୁପ୍ତା, ମାନବ ସମ୍ବଳ ବିଭାଗ ମୁଖ୍ୟ ଶ୍ରୀ ନିରଜା ପଟ୍ଟନାୟକ, ଆଡ ଲାଇଫ ସେଣ୍ଟର ବ୍ରହ୍ମପୁରର ପ୍ରତିଷ୍ଠାତା ଡାକ୍ତର ଶ୍ରୀମତି ଦୀପିକା ପାଢ଼ୀ, ବ୍ରହ୍ମପୁର ସମ୍ ହସ୍ପିଟାଲ୍ ହୃଦ ରୋଗ ବିଶେଷଜ୍ଞ ଡାକ୍ତର ବଦ୍ରୀ ଦଣ୍ଡପାଣି, ଓନସ୍ଲୋ ଇନଷ୍ଟିଚ୍ୟୁସନ୍, ଛତ୍ରପୁରର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ପାଣିଗ୍ରାହୀ, ରାମଗଡ଼ ସରପଞ୍ଚ ଶ୍ରୀମତୀ ସନ୍ତୋଷିନୀ ବେହେରା , ସମାଜସେବୀ ଶ୍ରୀ କମଳ ପଣ୍ଡା , ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁରେନ୍ଦ୍ର ପଣ୍ଡା ପ୍ରମୁଖ ମଞ୍ଚାସୀନ ବେଳେ ମୁଖ୍ୟବକ୍ତା ହୁମ୍ମା ସଲ୍ଟ କଲେଜ ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ରଥ ଛାତ୍ରଛାତ୍ରୀ ଶୃଙ୍ଖଳା ଓ ଦେଶ ପ୍ରେମରେ ନିଜକୁ ଦୀକ୍ଷିତ କରାଇ ଜଣେ ଜଣେ ଉତ୍ତମ ନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ ।
ବିଦ୍ୟାମନ୍ଦିର ମୁଖପତ୍ର ” ନରେନ୍ -୨୦୨୬” ଉନ୍ମୋଚନ କରାଯାଇଥିଲା।କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ଵାଳ ସଭାପତି ଭାବେ ପରିଚାଳନା କରିଥିଲେ । ବିଦ୍ୟାଳୟର ଉନ୍ନତି ସକାଶେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ପ୍ରଧାନ ଶିକ୍ଷକ ମନ୍ମଥ ନାହାକ, ଜଗନ୍ନାଥ ଚିତ୍ରଶିଳ୍ପୀ ସୁଦାମ ମହାରଣା, ଚାଷୀ ଭାସ ସାହୁ, ଦନ୍ତପୁର ଗବେଷକ ଅଶୋକ କୁମାର ସାହୁ ଓ ବିଦ୍ୟାଳୟ ସ୍ତରରେ କରାଯାଇଥିବା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରା ଯାଇଥିଲା। ସଭା ଶେଷରେ ସମାଜସେବୀ ତଥା ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
